ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଉତ୍ତର ଭାରତରେ ବନ୍ୟା ସ୍ଥିତି ଗମ୍ଭୀର: ଯମୁନା ଫୁଲୁଛି, ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର / ୨୩ ରାଜ୍ୟରେ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଗତ ୩ ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଗମ୍ଭୀର ରୂପ ନେଇଛି। ବର୍ଷା ଯୋଗୁଁ ଅନେକ ଲୋକଙ୍କ ଜୀବନ ଗଲାଣି। ହିମାଚଳପ୍ରଦେଶ, ଦିଲ୍ଲୀ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ପଂଜାବ ଏବଂ ହରିୟାଣାରେ ବର୍ଷା ଭୟଙ୍କର ବିପତ୍ତି ଆଣିଛି। କେବଳ ହିମାଚଳରେ ବର୍ଷା ଯୋଗୁଁ ୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଇତିମଧ୍ୟରେ ଆଇଏମ୍‌ଡି ଆକଳନ ଅନୁଯାୟୀ ୨୩ଟି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଉତ୍ତରାଖଣ୍ଡ ଏବଂ ହିମାଚଳପ୍ରଦେଶର ବିଭିନ୍ନ ଅଞ୍ଚଳରେ ରେଡ ଆଲର୍ଟ ଜାରି ହୋଇଛି। ପଶ୍ଚିମବଙ୍ଗ, ସିକ୍କିମ, ଅରୁଣାଚଳପ୍ରଦେଶ, ଆସାମ ଏବଂ ମେଘାଳୟରେ ଅତି ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଆଜି ବନ୍ୟା ପ୍ରବଣ ଅଞ୍ଚଳ କୁଲ୍ଲୁ, ମଣ୍ଡି ଏବଂ ଲାହଲ ସ୍ପିଟି ଜିଲ୍ଲାରେ ଏରିଏଲ୍‌ ସର୍ଭେ କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ୬ ହେଲିକପ୍ଟର ମୁତୟନ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହ‌ିଛନ୍ତି। ହିମାଚଳର ସୋଲନ, ସିମଲା, ସିରମୌର, କୁଲ୍ଲୁ, ମଣ୍ଡି, ଲାହୌଲରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରେଡ୍‌ ଆଲର୍ଟ ଜାରି ହୋଇଛି। ସେହିପରି ଉନା, ହମିରପୁର, କାଙ୍ଗ୍ରା ଏବଂ ଚାମ୍ବାରେ ଅରେଂଜ ଆଲର୍ଟ ଜାରି ହୋଇଛି। ପ୍ରବଳ ବର୍ଷା ଯୋଗୁଁ ହିମାଚଳରେ ୧୨ ପ୍ରମୁଖ ବ୍ରିଜ୍‌ ଭାଙ୍ଗି ଯାଇଥିବା ବେଳେ ୧୨୦୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରହିଛି।

ଦିଲ୍ଲୀରେ ବନ୍ୟା ଭୟ ରହିଛି। ଯମୁନା ନଦୀ ବିପଦ ସଙ୍କେତ ଟପି ପ୍ରବାହିତ ହେଉଛି। ଯମୁନା ନଦୀ ଫୁଲୁଥିବାରୁ ଦିଲ୍ଲୀ ସରକାର ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରିଛନ୍ତି। ହିମାଚଳରେ ଲାହଲ୍‌ ଏବଂ ସ୍ପିଟି ଜିଲ୍ଲାର ଚାନ୍ଦେରତାଲ୍‌ରେ ପ୍ରାୟ ୩୦୦ ପର୍ଯ୍ୟଟକ ଫସି ରହିଛନ୍ତି। ୧୪,୧୦୦ ଫୁଟ୍‌ ଉଚ୍ଚରେ ସେମାନେ ଫସିଥିବାବେଳେ ସେମାନଙ୍କୁ ଉଦ୍ଧାର କରିବାପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ଷା ଏବଂ ବରଫପାତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଛି। ତେବେ ପଂଜାବ ଏବଂ ହରିୟାଣାରେ ୩ ଦିନର ବର୍ଷା ପରେ ପାଗ ସୁଧୁରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ