ଦେଶ ବିଦେଶ ସ୍ୱାସ୍ଥ୍ୟ

ଉତ୍ତର କୋରିଆରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର

ନୂଆଦିଲ୍ଲୀ : ଉତ୍ତର କୋରିଆରେ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର ହୋଇଛି। ଗତ ୨୪ ଘଣ୍ଟାରେ ୮ ନୂଆ କରୋନା ମୃତ୍ୟୁ ହେବା ସହ ଅଧିକ ୩,୯୨,୯୨୦ ଜଣଙ୍କୁ ଜ୍ବର ହୋଇଛି। ଉତ୍ତର କୋରିଆରେ ମୋଟ୍‌ ୧୨ ଲକ୍ଷରୁ ଅଧିକ ଲୋକଙ୍କୁ ଜ୍ବର ହୋଇଛି। ୫,୬୪,୮୬୦ ଜଣ କ୍ବାରାଣ୍ଟିନ୍‌ରେ ଅଛନ୍ତି। ମାତ୍ର ୩ ଦିନରେ ଉତ୍ତର କୋରିଆରେ ମୋଟ୍‌ ୮,୨୦,୬୨୦ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଇତି ମଧ୍ୟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଜି ଚେତାବନୀ ଦେଇ କହିଛନ୍ତି ଯେ ଉତ୍ତର କୋରିଆରେ ଦ୍ରୁତ ସଂକ୍ରମଣ ହୋଇପାରେ। ଉତ୍ତର କୋରିଆରେ ଟିକାକରଣ ଆରମ୍ଭ ହୋଇନଥିବାରୁ ସଂକ୍ରମଣ ଦ୍ରୁତ ଗତିରେ ମାଡ଼ିପାରେ ବୋଲି ହୁ ସତର୍କ କରାଇଛି। ଅନ୍ୟପକ୍ଷେ ବିଶ୍ବରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୫୨୧,୩୬୬,୩୯୮ ଏବଂ କରୋନା ମୃତ୍ୟୁସଂଖ୍ୟା ୪୯୧,୯୮୪,୯୪୪। ଆମେରିକାରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୮୪,୨୩୦,୮୨୯ ଏବଂ କରୋନା ମୃତ୍ୟୁସଂଖ୍ୟା ୧,୦୨୬,୬୭୦। ଆମେରିକା ପରେ ଭାରତ ଏବଂ ବ୍ରାଜିଲ୍‌ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ମାମଲାରେ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ