ଅପରାଧ ରାଜ୍ୟ

ଉତ୍ତରା ଛକ ନିକଟରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, କିଙ୍ଗପିନ୍ ସମେତ ୪ ଗିରଫ

ପୁରୀ ୧୮।୬: ଧଳା ଜହରର ହବ୍ ପାଲଟିଗଲାଣି ପୁରୀ ଜିଲ୍ଲା । ବାରମ୍ବାର ଚଢାଉ କରି ଧଳା ଜହର ଜବତ କରୁଛି ପୋଲିସ । କିଛି ଦିନ ତଳେ ବ୍ରାଉନସୁଗାର ଜବତ ହୋଇଥିବା ବେଳେ ପୁଣି ଥରେ ପୁରୀ ପୋଲିସକୁ ସଫଳତା ମିଳିଛି । ବ୍ରାଉନସୁଗାର ଜବତ କରିବା ସହ କିଙ୍ଗପିନ୍‌କୁ ମଧ୍ୟ ପୋଲିସ ଗିରଫ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ଉତ୍ତରା ଛକ ନିକଟରେ ପିପିଲି ପୋଲିସ ଚଢାଉ କରି ୯୭୮ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି କୋଟିଏ ଟଙ୍କା ହେବ ବୋଲି ଜଣାପଡିଛି । ବ୍ରାଉନସୁଗାର ଜବତ କରିଥିବା ନେଇ ଟ୍ବିଟ୍ ମାଧ୍ୟମରେ ପୁରୀ ଏସପି କନୱର ବିଶାଳ ସିଂ ସୂଚନା ଦେଇଛନ୍ତି । ଆଉ ଏଥରେ ଆନ୍ତଃରାଜ୍ୟ କିଙ୍ଗପିନ୍ ଓ ବ୍ରାଉନସୁଗାର ମାଫିଆ ଜୁମା ଓରଫ ମୁରାସିଦ ଖାଁଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।