ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ଅଧ୍ୟକ୍ଷତାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନ୍ସିଏମ୍ସି)ର ଏକ ଜରୁରି ବୈଠକରେ ଉତ୍ତରାଖଣ୍ଡର ଚାମୋଲି ଯୋଶୀମଠ ଭୂସ୍ଖଳନ ଘଟଣାର ସମୀକ୍ଷା କରାଯାଇଛି।
ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ବର୍ତ୍ତମାନର ପରିସ୍ଥିତି ସମ୍ପର୍କରେ ଏନ୍ସିଏମ୍ସିକୁ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଅଧିକ ଫାଟି ଯାଇଥିବା ଘରର ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇସାରିଛି। ପ୍ରଭାବିତ ପରିବାରକୁ ଆଶ୍ରୟ ଦେବା ପାଇଁ ଯୋଶୀମଠ ଏବଂ ପିପଲକୋଟିଠାରେ ସହାୟତା ଶିବିର କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଉପଯୁକ୍ତ କ୍ଷତିପୂରଣ ଏବଂ ସହାୟତା ଯୋଗାଇ ଦିଆଯାଉଛି। ସେ ଆହୁରି କହିଥିଲେ ଯେ, ଯୋଶୀମଠ-ଔଲି ରୋପ୍ୱେ ପରିଚାଳନାକୁ ବନ୍ଦ କରି ଦିଆଯାଇଛି। ଯୋଶୀମଠ ନଗରପାଳିକା ଏବଂ ଆଖପାଖ କ୍ଷେତ୍ରରେ ନିର୍ମାଣକାର୍ଯ୍ୟକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ସହାୟତା ଓ ଥଇଥାନ କାର୍ଯ୍ୟରେ ଜିଲ୍ଲା ପ୍ରଶାସନକୁ ସହାୟତା କରିବା ଲାଗି ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍କୁ ମୁତୟନ କରାଯାଇଛି।
ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍ଡିଏମ୍ଏ)ର ସଦସ୍ୟ ସଚିବ କମିଟିକୁ ସୂଚନା ଦେଇ କହିଥିଲେ ଯେ, ଗତ ୬ ଓ ୭ ତାରିଖରେ ସିବିଆର୍ଆଇ, ଜିଏସ୍ଆଇ, ୱାଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହିମାଲୟାନ୍ ଜିଓଲୋଜି, ଏନ୍ଆଇଡିଏମ୍ ଏବଂ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହାଇଡ୍ରୋଲୋଜିର ବିଶେଷଜ୍ଞମାନେ ସ୍ଥିତି ଅନୁଧ୍ୟାନ କରିବା ଲାଗି ପ୍ରଭାବିତ କ୍ଷେତ୍ର ପରିଦର୍ଶନ କରିଥିଲେ। ବିଶେଷଜ୍ଞ ଦଳ ଆବଶ୍ୟକତା ସମ୍ପର୍କରେ ଜାଣିବା ଲାଗି ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
କମିଟିକୁ ସୂଚନା ଦେଇ କେନ୍ଦ୍ର ଗୃହ ସଚିବ କହିଥିଲେ ଯେ, ଗୃହ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ସୀମା ପରିଚାଳନା ସଚିବଙ୍କ ନେତୃତ୍ବରେ ଯୋଶୀମଠରେ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
ପ୍ରଭାବିତ କ୍ଷେତ୍ରରେ ସବୁ ବାସିନ୍ଦାଙ୍କୁ ସମ୍ପୂର୍ଣ୍ଣ ଓ ନିରାପଦ ଭାବେ ଉଦ୍ଧାର କରିବା ଉପରେ ତୁରନ୍ତ ପ୍ରାଥମିକତା ଦିଆଯିବା ଉପରେ କ୍ୟାବିନେଟ ସଚିବ ଶ୍ରୀ ଗୌବା ଗୁରୁତ୍ବାରୋପ କରିଥିଲେ। ଦୁର୍ବଳ ଅଟ୍ଟାଳିକାଗୁଡ଼ିକୁ ନିରାପଦ ଭାବେ ଭାଙ୍ଗିବା ପ୍ରତି ପ୍ରାଥମିକତା ଦିଆଯିବା ଉଚିତ। ଜିଓଟେକ୍ନିକାଲ, ଜିଓଫିଜିକାଲ ଏବଂ ହାଇଡ୍ରୋଲୋଜିକାଲ ଆଦି ସମସ୍ତ ଅଧ୍ୟୟନ ଏବଂ ଅନୁସନ୍ଧାନ ଠିକ୍ ସମୟରେ ଏବଂ ପାରସ୍ପରିକ ସମନ୍ବୟ ଆଧାରରେ ସମ୍ପୂର୍ଣ୍ଣ କରାଯିବା ଉଚିତ। ସମସ୍ତ କେନ୍ଦ୍ରୀୟ ଏଜେନ୍ସି ନିରନ୍ତର ଭାବେ ଆବଶ୍ୟକ ସହାୟତା ଯୋଗାଇ ଦେବେ ବୋଲି ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କୁ କ୍ୟାବିନେଟ୍ ସଚିବ ଆଶ୍ବାସନା ଦେଇଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l