ରାଜ୍ୟ

ଉତ୍ତରାଖଣ୍ଡରେ ଓପାସରେ ମହାପ୍ରଭୁ, ସପ୍ତାହକୁ ୩ଦିନ ପୂଜା ପାଉଛନ୍ତି

ପୁରୀ : ଉପାସରେ ରହୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସପ୍ତାହକୁ ୪ଦିନ ଅପୂଜା ରହୁଛନ୍ତି ଓଡ଼ିଆଙ୍କ ଆରାଧ୍ୟ। ଉତ୍ତରାଖଣ୍ଡ ଭଳି ପର୍ଯ୍ୟଟନ ସମୃଦ୍ଧ ରାଜ୍ୟରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମନ୍ଦିରରେ ବର୍ଷବର୍ଷ ହେଲା ଏଭଳି ଦୟନୀୟ ଅବସ୍ଥାରେ ରହୁଛନ୍ତି ମହାପ୍ରଭୁ। ମନ୍ଦିରର ପୂଜକଙ୍କ କହିବା ଅନୁସାରେ, ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସାଲ୍‌ଡ ଗ୍ରାମରେ ପାହାଡ଼ ଉପରେ ଥିବା ଏହି ମନ୍ଦିରର ନିର୍ମାଣ କାଳ ୧୨ଶହ ଖ୍ରୀଷ୍ଟାବ୍ଦ। ଆଦି ଶଙ୍କରାଚାର୍ଯ୍ୟ ଉକ୍ତ ମନ୍ଦିରର ନିର୍ମାଣ କରାଇଛନ୍ତି। ତେବେ ଦାରୁ ନୁହେଁ, ବରଂ ଶିଳାଖଣ୍ଡ ରୂପରେ ମହାପ୍ରଭୁ ପୂଜା ପାଉଛନ୍ତି। ଅଥଚ ମନ୍ଦିରରେ ଓଡ଼ିଆଙ୍କର ପ୍ରାଣପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଉପାସରେ ରହୁଛନ୍ତି। ଛତିଶା ନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର ଉକ୍ତ ମନ୍ଦିରର ଦୂରାବସ୍ଥା ଦେଖି ଏ ସମ୍ପର୍କରେ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଢ଼ୁଆଳରେ ରହିଯାଇଥିବା ଉକ୍ତ ଶ୍ରୀଜଗନ୍ନାଥ ମନ୍ଦିରକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି। ଏଥିସହ ୬ ମାସ ପର୍ଯ୍ୟନ୍ତ ମନ୍ଦିରରେ ନୀତିକାନ୍ତି ନେଇ ସମସ୍ତ ସହାୟତା ଯୋଗାଇ ଦେବାକୁ ସବ୍ୟସାଚୀ ସମ୍ମତି ଜଣାଇଛନ୍ତି।

ଶୁକ୍ରବାର ଦିନ ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସବ୍ୟସାଚୀ କହିଛନ୍ତି, ପ୍ରଥମତଃ ଲୁକ୍କାୟିତ ଥିବା ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥ ସପ୍ତାହକୁ ୪ ଦିନ ଅପୂଜା ରହିବା ପ୍ରତିଟି ଜଗନ୍ନାଥପ୍ରେମୀ ଓଡ଼ିଆଙ୍କ ଭାବାବେଗକୁ କୁଠାରାଘାତ ସଦୃଶ। ତେଣୁ ଅନ୍ତତଃ ଯେଉଁ ଓଡ଼ିଆମାନେ କାଶୀ ବିଶ୍ବନାଥଙ୍କୁ ଦର୍ଶନ ପାଇଁ ଯାଉଛନ୍ତି, ସେଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ବୁଲିବାକୁ ଯାଆନ୍ତୁ।ସେହି ସ୍ଥାନକୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଚାର ପ୍ରସାର କରନ୍ତୁ। ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ବଢ଼ିଲେ, ଦାନ ଦକ୍ଷିଣା ମିଳିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନିୟମିତ ହୋଇପାରିବ। ଏଥିସହ ନିକଟସ୍ଥ ପର୍ଯ୍ୟଟନ ଅଧିକାରୀମାନେ ଯେପରି ଏଥିପ୍ରତି ଦୃଷ୍ଟି ଦେବେ ସେନେଇ ମଧ୍ୟ ସେ ଆଲୋଚନା କରିଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।