ନବରଙ୍ଗପୁର ୩।୮: ନବରଙ୍ଗପୁର ଜିଲ୍ଲା ସାନମସି ଗାଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଚୋରି ଉଦ୍ୟମ ହୋଇଛି । ମଙ୍ଗଳବାର ରାତିରେ ଚୋର ବ୍ୟାଙ୍କର ତାଲା ଭାଙ୍ଗିବା ସହ ବ୍ୟାଙ୍କରେ ଲାଗିଥିବା CCTVର ତାର କାଟି ଚୋରୀ କରିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି । କ’ଣ ଚୋରି ହୋଇଛି ବର୍ତ୍ତମାନ ପର୍ଯ୍ୟନ୍ତ ସେ ସମ୍ପର୍କରେ କୌଣସି ତଥ୍ୟ ମିଳିପାରିନାହିଁ । ଘଟଣାସ୍ଥଳକୁ ନବରଙ୍ଗପୁର ସଦର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅଧିକ ତଦନ୍ତ କରାଯିବା ନେଇ ପୋଲିସ ସୂଚନା ଦେଇଛି ।
ସପ୍ତାହକ ମଧ୍ୟରେ ଦ୍ଵିତୀୟ ଥର ବ୍ୟାଙ୍କ ଲୁଟ୍ ଉଦ୍ୟମ ହୋଇଛି । କିଛି ଦିନ ତଳେ ନାନ୍ଦାହାଣ୍ଡି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଚୋରି କରି ଗୋଟିଏ ବାଇକ୍ ଚୋରି କରିଥିଲେ । ବର୍ତ୍ତମାନ ପୋଲିସ ତଦନ୍ତ ଜାରି ରଖିଛି । ଅଧିକ ତଦନ୍ତ ପରେ ଘଟଣା ସମ୍ପର୍କରେ ସ୍ପଷ୍ଟ ଜଣାପଡିବ ।