କନ୍ଧମାଳ -କନ୍ଧମାଳ ଜିଲ୍ଲାର ଫୁଲବାଣୀ ମୁନିସିପାଲିଟି ସହର ର ସଫେଇ କରିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସହ ସହ ଶ୍ରମିକ କୁ ନିୟଜିତ କରି ସହର ଟିକୁ ସ୍ୱଚ୍ଛ ଭାରତ ମିଶନ ଆନୁକୂଲ୍ୟରେ ଫୁଲ ବାଣୀ ସହରକୁ ପରିଷ୍କାର ରଖିବା ବଦଳରେ ଡଷ୍ଟପିନ ବ୍ୟବହାର ନକରି ଅପରିଷ୍କାର ହୋଇଛି ଯାହା ଫଳରେ ସହରରେ ମଶା ମାଛି ନିଜର ବଂଶ ବିସ୍ତାର କରି ଡ଼ାଇରିଆ ମ୍ୟାଲେରିଆ ପରି ରୋଗ ବଢ଼ି ଚାଲିଛି।ଆପଣ ମାନେ ଦେଖନ୍ତୁ ଏହି ଦୃଶ୍ୟ ହେଉଛି ଫୁଲବାଣୀ ସହରର ଆନନ୍ଦ ବଯାରର ଦୃଶ୍ୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୁଖ୍ୟ ଫାଟକ ସାମ୍ନା । ବ୍ୟାଙ୍କ କର୍ମ ଚାରି ମଧ୍ୟ ଅନ୍ଧ ହୋଇଯାଇଛନ୍ତି ।ବ୍ୟାଙ୍କ ଆଗରେ ଏପରି ଅବର୍ଜନା ଦେଖିପାରୁନାହାନ୍ତି।ଏହି ଦୃଶ୍ୟ ଦେଖି ବରିଷ୍ଠ ନାଗରିକ ମହଲରେ ଫୁଲବାଣୀ ପ୍ରଶାସନ କୁ ନିନ୍ଦା କରିବା ସହ ଦୁଃଖ ପ୍ରକାଶ କରୁଛନ୍ତି। ଦେଖାଯାଉ ପ୍ରଶାସନ ର ନଜର କେବେ ଏହି ସ୍ଥାନ ରେ ପଡୁଛି ଆଉ ଏହି ସ୍ଥାନକୁ ସଫାସୁତୁରା କରୁଛନ୍ତି ଏବଂ ଡଷ୍ଟପିନ ବ୍ୟବହାର କରିଵା ପାଇଁ ଡଷ୍ଟପିନ ଆଣୁଛନ୍ତି ତାହା ଦେଖିବାକୁ ବାକି ରହିଲା।