ରାଜ୍ୟ

ଉଚ୍ଛେଦ ହେଲା ଜଗନ୍ନାଥବଲ୍ଲଭ ସମ୍ମୁଖ, ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌କୁ ବାଟ ଫିଟିଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପୁରୀ : ଶ୍ରୀକ୍ଷେତ୍ରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଛି। ବିପୁଳ ପର୍ଯ୍ୟଟକଙ୍କ ସମାଗମ ଏବଂ ବଡ଼ଦାଣ୍ଡର ଉଭୟପାର୍ଶ୍ବରେ ଉଠା ଦୋକାନୀଙ୍କ ଭିଡ଼ ଭିତରେ ବାଟ ଚାଲିବା ଅସମ୍ଭବ ହୋଇ ପଡ଼ିଛି। ଏପରିକି ବହୁ ଐତିହ୍ୟ କୀର୍ତ୍ତିରାଜି ଲୁଚିଯାଇଛି। ‌ଏଇ ସମସ୍ୟାର ସମାଧାନ ପାଇଁ ମିସନ ଏନ୍‌ଫୋର୍ସମେଣ୍ଟ ଆରମ୍ଭ କରିଛି ପୌରପାଳିକା। ରାସ୍ତାକଡ଼ ଉଠା ଦୋକାନୀମାନେ ଧଳା ଗାର ପଛକୁ ରହିବାର ନିୟମ ଥିଲେ ହେଁ ବହୁ ବ୍ୟବସାୟୀ ଏହାକୁ ବହୁଦିନ ହେବ ଅମାନ୍ୟ କରି ଆସୁଥିବାରୁ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତ ୩ ମାସ ମଧ୍ୟରେ ବଡ଼ଶଙ୍ଖଠାରୁ ନେଇ ମରିଚିକୋଟ ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଭିଡ଼ ନିୟନ୍ତ୍ରଣ ପାଇଁ ନିୟମିତ ଉଚ୍ଛେଦ ଅଭିଯାନ ଚାଲୁ ରହିଛି। ୬ ଜଣ ବ୍ୟବସାୟୀଙ୍କଠାରୁ ୪ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯାଇଛି। କିଛି ବ୍ୟବସାୟୀଙ୍କ ଯୋଗୁ ବଡ଼ଦାଣ୍ଡ କଡ଼ରେ ଅଳିଆ ଗଦା ହୋଇ ରହୁଥିବା ବେଳେ ଅନେକ ଡଷ୍ଟବିନ ରଖୁନାହାନ୍ତି। ତେଣୁ ସେମାନଙ୍କୁ ମଧ୍ୟ ତାଗିଦ କରାଯାଇଛି। ପର୍ଯ୍ୟଟକମାନେ ଯେପରି ସୁଖଦ ଅନୁଭବ ନେଇ ଫେରିବେ ସେନେଇ ବ୍ୟବସାୟୀଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଅନେକ ଏହି ନିୟମ ମାନୁନାହାନ୍ତି। ଏନେଇ ପୌରପାଳିକା ପକ୍ଷରୁ ନିୟମିତ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ଶୁକ୍ରବାର ଦିନ ଏହି କ୍ରମରେ ଜଗନ୍ନାଥବଲ୍ଲଭ ସମ୍ମୁଖରେ ବ୍ୟବସାୟ ପାଇଁ ଅସ୍ଥାୟୀ ଟେଣ୍ଟ୍‌ ଓ ଦୋକାନ ପକାଇଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଗବେଷଣା ପାଇଁ ଆଧାର ଯୋଗାଉଥିବା ‘ଶ୍ରୀଜଗନ୍ନାଥ ସେଣ୍ଟର ଫର ଲାଇବ୍ରେରି ଆଣ୍ଡ୍‌ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’କୁ ବାଟ ଫିଟିଛି। ଶ୍ରୀଜଗନ୍ନାଥ ଗବେଷଣାର ପ୍ରକୃଷ୍ଟ ସ୍ଥଳୀ ପାଲଟିଥିବା ପାଠାଗାର ସମ୍ମୁଖରୁ ବ୍ୟବସାୟୀଙ୍କୁ ହଟାଯାଇଛି। ପାଠାଗାର ମଧ୍ୟରେ ୧୮୬୦ ମସିହା ପୁରୁଣା ନଥିପତ୍ର ଓ ପୁସ୍ତକ ରହିଥିଲେ ହେଁ ଏହା ବଡ଼ଦାଣ୍ଡ ଉପରୁ ଦୃଶ୍ୟମାନ ହେଉନଥିଲା। ଏନେଇ ପୌରପାଳିକାର ଏନ୍‌ଫୋର୍ସମେଣ୍ଟ ଅଧିକାରୀ ରାକେଶ ପଣ୍ଡା କହିଛନ୍ତି, ଆଜି ଜଗନ୍ନାଥ ବଲ୍ଲଭ ସମ୍ମୁଖରୁ ୧୨ ଜଣ ବ୍ୟବସାୟୀଙ୍କ ସେଡ୍‌ ଉଚ୍ଛେଦ ହୋଇଛି। ସମସ୍ତ ବ୍ୟବସାୟୀଙ୍କୁ ଧଳା ଗାର ପଛକୁ ହଟାଯାଇଛି। ଦୁଇଦିନ ମଧ୍ୟରେ ପାଠାଗାର ସମ୍ମୁଖ ରାସ୍ତା ପାଇଁ ସ୍ବତନ୍ତ୍ର ବାଟ ରହିବ। ଏହାର ଦୁଇ ପାର୍ଶ୍ବରେ ବ୍ୟାରିକେଡ୍‌ ରହିବ। ସେହିପରି ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌କୁ ଯେପରି ଭକ୍ତ ତଥା ପର୍ଯ୍ୟଟକମାନେ ବ୍ୟବହାର କରିପାରିବେ କାର ବ୍ୟବସ୍ଥା କରାଯାଇ ଲୁହା ବ୍ୟାରିକେଡ୍‌ କରାଯିବ। ମଠ ପାଚେରିରୁ ୫ ଫୁଟ ମଧ୍ୟରେ ବ୍ୟବସାୟୀମାନେ ରହିବା ନେଇ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ ବଡ଼ଦାଣ୍ଡକୁ ଉଠା ଦୋକାନୀମାନେ ବେଆଇନ ଭାବେ ଜବରଦଖଲ କରି ଫଳ ବ୍ୟବସାୟ କରୁଥିଲେ। ଏତଦ୍‌ବ୍ୟତୀତ ସେମାନେ ଅଧିକ ସ୍ଥାନକୁ ଜବରଦଖଲରେ ରଖି ବିକ୍ରିବଟା କରୁଥିବାରୁ ଏଠାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଥିଲା। ଏହା ଛଡ଼ା ଏହି ବ୍ୟବସାୟୀମାନେ ନାଳ ଉପରେ ପଡ଼ିଥିବା ସ୍ଲାବ୍‌କୁ ମଧ୍ୟ ଜବରଦଖଲ କରି ରଖିଥିଲେ। ଫଳରେ ଏଠାରେ ନାଳ ମଧ୍ୟ ସଫା କରାଯାଇପାରୁନଥିଲା। ଫଳ ବ୍ୟବସାୟୀମାନେ ଏଠାରେ ଚାରି ଧାଡ଼ିରେ ନିଜ ନିଜର ଠେଲାଗାଡ଼ି ପକାଇ ବଡ଼ଦାଣ୍ଡକୁ ପ୍ରାୟ ୫୦ ଫୁଟ୍‌ ମାଡ଼ି ଆସିଥିଲେ। ତେଣୁ ଆଜି ପୌରସଂସ୍ଥା ପକ୍ଷରୁ ଜବରଦଖଲ ଛଚ୍ଛେଦ କରାଯାଇଥିଲା। ଟାଉନ ଥାନା ଆଇଆଇସି ଗୋକୁଳ ରଞ୍ଜନ ଦାସ, ଏନ୍‌ଫୋର୍ସମେଣ୍ଟ ଅଫିସର ରାକେଶ କୁମାର ପଣ୍ଡାଙ୍କ ନେତୃତ୍ବରେ ଜେସିବି ଲଗାଇ ଏଠାରୁ ଜବରଦଖଲ ‌ଉଚ୍ଛେଦ କରାଯାଇଥିଲା। ବ୍ୟବସାୟୀମାନେ ବାଉଁଶ ବାନ୍ଧି ୫୦ ଫୁଟ୍‌ ଚଉଡ଼ା ଓ ୫୦ ଫୁଟ୍‌ ଲମ୍ବ ଅଞ୍ଚଳକୁ ଦଖଲ କରିଥିବାରୁ ଜେସିବି ମେସିନ ଏହି ଦୋକାନକୁ ଭାଙ୍ଗି ଦେଇଥିଲା।

ଶ୍ରୀ ପଣ୍ଡାଙ୍କ କହିବା ମୁତାବକ, ବଡ଼ଦାଣ୍ଡ ମଝିରେ ଯେଉଁ ଧଳାଗାର ରହିଛି ତା ମଧ୍ୟରେ ଗାଡ଼ି ଚଳାଚଳ କରିବାର ନିୟମ ରହିଛି। ଏହାବ୍ୟତୀତ ଧଳାଗାରରୁ ଡଟେଡ‌୍ ଗାର ମଧ୍ୟରେ ପାଦ ଚଲା ରାସ୍ତା ଓ ପାର୍କିଂ କରି ମାର୍କେଟିଂ କରିପାରିବେ। ଡଟେଡ୍‌ ଗାର ପରେ ଥିବା ଧଳା ଗାର ବ୍ୟବସାୟୀମାନେ ଅତିକ୍ରମ କରିପାରିବେ ନାହିଁ ବୋଲି ନିୟମ ରହିଛି। ହେଲେ ବହୁ ବ୍ୟବସାୟୀ ଏହା ମାନୁନାହାନ୍ତି। ସଚେତନ ପରେ ବାରମ୍ବାର ଉଚ୍ଛେଦ କରାଗଲେ ମଧ୍ୟ କିଛି ଅମାନିଆ ବ୍ୟବସାୟୀ ଧଳାଗାର ଆଗକୁ ମାଡ଼ି ଆସୁଛନ୍ତି। ତେଣୁ କିଛି ବ୍ୟବସାୟୀଙ୍କଠାରୁ ଜରିମାନା ଆଦାୟ କରିଛୁ। ତେଣୁ ବାଧ୍ୟ ହୋଇ ବଡ଼ଶଙ୍ଖରୁ ମରିଚିକୋଟ ମଧ୍ୟରେ ନିୟମିତ ଉଚ୍ଛେଦ ଜାରି ରହିଛି। ଆଗକୁ ମଧ୍ୟ ମରିଚିକୋଟ ଛକରୁ ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ ବୋଲି ସେ କହିଛନ୍ତି। ଏବେ ବଡ଼ଦାଣ୍ଡରେ ରାସ୍ତାକଡ଼ରେ ୩ ହଜାରରୁ ଅଧିକ ବ୍ୟବସାୟୀ ରହିଛନ୍ତି। ସମସ୍ତଙ୍କୁ ଧଳାଗାର ପଛକୁ ରହିବା ସହ ଡଷ୍ଟବିନ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେପର୍ଯ୍ୟନ୍ତ ବ୍ୟବସାୟୀମାନେ ଏହାକୁ ଅନୁପାଳନ ନକରିଛନ୍ତି ସେପର୍ଯ୍ୟନ୍ତ ଉଚ୍ଛେଦ ସହ ଜରିମାନା ଆଦାୟ ଚାଲୁ ରହିବ ବୋଲି ସେ କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।