ରାଜ୍ୟ

ଉଚ୍ଚଶିକ୍ଷା ବିଭାଗରେ ଖୋଲିବ ପେନ୍‌ସନ୍‌ ସେଲ୍‌, ବିଭାଗ କାର୍ଯ୍ୟର ସମୀକ୍ଷା ‌କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗରେ ପେନ୍‌ସନ୍‌ ସେଲ୍‌ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବ। ଏହାଦ୍ବାରା କର୍ମଚାରୀମାନେ ଅବସର ଗ୍ରହଣ କରିବା ଦିନ ହିଁ ସେମାନଙ୍କ ପେନ୍‌ସନ୍‌ ପାଇବେ। ସମସ୍ତ ବାକିଥିବା ପେନ୍‌ସନ୍‌ କେସ୍‌(ମାମଲା)ଗୁଡ଼ିକ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଫଇସଲା ହୋଇପାରିବ। ଏଥିସହ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନୁଯାୟୀ ସ୍ୱଚ୍ଛତା ଓ ଆନ୍ତରିକତାର ସହ କାର୍ଯ୍ୟ କରିବାକୁ ଉଚ୍ଚଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ବିଭାଗୀୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଶ୍ରୀ ନାୟକ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ମହାବିଦ୍ୟାଳୟଗୁଡ଼ିକରେ ଅଧ୍ୟାପିକ/ଅଧ୍ୟାପିକା ପଦ ଓ ଶିକ୍ଷାଦାନ ବ୍ୟତୀତ ଅନ୍ୟାନ୍ୟ ପଦଗୁଡ଼ିକ ପୂରଣ ନିମନ୍ତେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ। ତେଣୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସରକାରୀ/ସରକାରୀ ଅନୁଦାନପ୍ରାପ୍ତ/ଜିଆଇଏ ମହାବିଦ୍ୟାଳୟଗୁଡ଼ିକର ବିଭିନ୍ନ ବିଭାଗରେ ଥିବା ପଦଗୁଡ଼ିକ ନିମନ୍ତେ ଡାଟାବେସ୍‌ ପ୍ରସ୍ତୁତି, ଖାଲିଥିବା ପଦଗୁଡ଼ିକୁ ନିରୀକ୍ଷଣ ଓ ଯୁକ୍ତିଯୁକ୍ତ କରିବା ଉପରେ ମନ୍ତ୍ରୀ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ‘ରୁସା’ ସ୍ଥିତି ଓ ବିଶ୍ୱବ୍ୟାଙ୍କ ଅନୁଦାନ, ଛାତ୍ରବୃତ୍ତି ଏବଂ ଅନ୍ୟାନ୍ୟ ବିଷୟ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରାଯାଇଛି।

ରାଜ୍ୟର ଉଚ୍ଚଶିକ୍ଷାନୁଷ୍ଠାନରେ ଉଚ୍ଚଶିକ୍ଷାର ମାନବୃଦ୍ଧି ଓ ବିକାଶ, ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ବିଭିନ୍ନ ହେଡ୍‌ରେ ଥିବା ଅନୁଦାନ ରାଶି ଠିକ୍‌ ଭାବେ ବିନିଯୋଗ, ନାକ୍‌(ଏନ୍‌ଏଏସି) ରୢାଙ୍କିଙ୍ଗ୍‌ ଓ ଏନ୍‌ଆଇଆର୍‌ଏଫ୍‌ରେ ଅଂଶଗ୍ରହଣ କରିବା ସମ୍ପର୍କରେ ମଧ୍ୟ ସମୀକ୍ଷା ବୈଠକରେ ଆଲୋଚନା କରାଯାଇଛି। ଏହାବ୍ୟତୀତ ବିଭିନ୍ନ ମହାବିଦ୍ୟାଳୟରେ ଗଚ୍ଛିତ ଥିବା ଅର୍ଥରାଶି କିଭଳି ଶୀଘ୍ର ବିନିଯୋଗ ହୋଇପାରିବ ତାହା ଉପରେ ସମୀକ୍ଷା କରିବାକୁ ମନ୍ତ୍ରୀ ଶ୍ରୀ ନାୟକ ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲ୍‌ଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।