ଭଦ୍ରକ ୦୫/୧୧ : ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଆରମ୍ଭ ହୋଇଛି । ସପ୍ତମାତୃକା ବେଶର ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ମା’ । ପ୍ରତ୍ୟେକ ଦିନ ମା ଭଦ୍ରକାଳୀ ସାଧାରଣ ବେଶରେ ଦର୍ଶନ ଦେଉଥିବା ବେଳେ ବର୍ଷକରେ ଥରେ ମାଆ ଉଗ୍ର ରୂପ ଧାରଣ କରନ୍ତି । ଶତୃଙ୍କୁ ସଂହାର କରିବା ପାଇଁ ମା ଭଦ୍ରକାଳୀ ଏହି ବେଶ ଧାରଣ କରନ୍ତି । ପହଡ଼ ଖୋଲିଵା ପରେ ମା’ଙ୍କର ନୀତିକାନ୍ତି ଆରମ୍ଭ ହୋଇଛି । ଏହି ବେଶରେ ମା ଗଳାରେ ନରମୁଣ୍ଡ ମାଳ, ହାତରେ ଖଡ୍ଗ ଧାରଣ କରନ୍ତି । ଏହି ରୂପରେ ମାଙ୍କୁ ଦର୍ଶନ କଲେ ମାନସିକ ପୂରଣ ହେବା ସହ ଗ୍ରହରିଷ୍ଠ ଖଣ୍ଡନ ହୁଏ ବୋଲି ବିଶ୍ୱାସ ରହିଛି । ତେବେ କରୋନା କଟକଣା ପାଇଁ ଏଥର ଶ୍ରଦ୍ଧାଳୁମାନେ ମାଙ୍କୁ ଦୂରରୁ ରହି ଦର୍ଶନ କରି ଫେରୁଛନ୍ତି ।

