ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଈଶ୍ବର ସାଜିଛନ୍ତି ଉଦ୍ଧାରକାରୀ ଦଳ: ଶିଡ଼ି ପକାଇ ଉପର ମହଲାରୁ ମହିଳା ଓ ଶିଶୁଙ୍କୁ କରୁଛନ୍ତି ଏପରି ଉଦ୍ଧାର

ନୂଆଦିଲ୍ଲୀ: ହାଇଦ୍ରାବାଦର ନାମ୍ପାଲିରେ ଘଟିଥିବା ଅଗ୍ନିକାଣ୍ଡରେ ହିରୋ ସାଜିଛନ୍ତି ଉଦ୍ଧାରକାରୀ ଦଳ। ସେମାନେ ନିଜ ଜୀବନକୁ ପାଣି ଛଡ଼ାଇ ନିଆଁରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ବେଳେ ସେମାନଙ୍କ ଅନେକ ଫଟୋ ଓ ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଯାହାକୁ ଦେଖି ଲୋକମାନେ ସେମାନଙ୍କର ଖୁବ୍‌ ପ୍ରଶଂସା କରୁଛନ୍ତି।

ନିକଟରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କେମିତି ଉଦ୍ଧାରକାରୀ ଦଳ ମହିଳା ଓ ଶିଶୁମାନଙ୍କୁ ସତର୍କତାର ସହ ବାହାରକୁ ବାହର କରୁଛନ୍ତି। ଉଦ୍ଧାରକାରୀମାନେ ମିଶି ନିଆଁରେ ଫସି ରହିଥିବା ଜଣେ ଶିଶୁକୁ ଝରକା ପଟ ଦେଇ ଅସ୍ଥାୟୀ ଶିଡ଼ିରେ ବାହାରକୁ କାଢୁଛନ୍ତି।

ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ଦ୍ୱାରା ଟ୍ୱିଟ୍ ହୋଇଥିବା ଏକ ଭିଡିଓରେ ଉଦ୍ଧାରକାରୀ ଦଳ ଶିଶୁ ଏବଂ ମହିଳାଙ୍କୁ ଅସ୍ଥାୟୀ ଶିଡ଼ି ବ୍ୟବହାର କରି କୋଠରୀର ପ୍ରଥମ ମହଲାରୁ ବାହାରକୁ ବାହାର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ହାଇଦ୍ରାବାଦର ନାମ୍ପାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେ‌ଳେ ଏବେ ଏହା ୯ ଜଣକୁ ବୃଦ୍ଧି ପାଇଛି। ଏହି ଅଗ୍ନିକାଣ୍ଡ ଘଟିବା ପରେ ସେଠା‌ରୁ ଏବେ ସୁଦ୍ଧା ସମୁଦାୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ତେବେ ତଳେ ଏକ କାର୍‌ ମରାମତି କାର୍ଯ୍ୟ ଚଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ଏପରି ହୋଇଛି ବୋଲି ଆମେ ପୂର୍ବରୁ ଜଣାଇଛୁ। ମିଳିଥିବା ଖବର ଅନୁଯାୟୀ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପର ମହଲାରେ ଫସି ରହିଥିବା ଲୋକମାନଙ୍କୁ ଝରକା ବାଟ ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ