ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଈଶନିନ୍ଦା ପାଇଁ ଇରାନରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ, ମାନବାଧିକାର ଗୋଷ୍ଠୀଙ୍କ ନିନ୍ଦା

ତେହେରାନ : ସୋମବାର ଇରାନରେ ଦୁଇଜଣଙ୍କୁ ବିରଳ ଈଶନିନ୍ଦା (ବ୍ଲାସଫେମି) ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଁ ଇରାନ ବିଶ୍ବରେ କୁଖ୍ୟାତ। ଏକ ମାନବାଧିକାର ଗୋଷ୍ଠୀ ଇରାନ ହ୍ୟୁମ୍ୟାନ୍ ରାଇଟ୍‌ସର ସୂଚନା ଅନୁସାରେ କେବଳ ଚଳିତ ବର୍ଷ ଆରମ୍ଭରୁ ଏପର୍ଯ୍ୟନ୍ତ ୨୦୩ ଜଣ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆ ସରିଲାଣି। କିନ୍ତୁ ଈଶନିନ୍ଦା ପାଇଁ ମୃତ୍ୟୁଦଣ୍ଡ ବିରଳ। ପୂର୍ବରୁ ଏପରି ମାମଲାରେ ଦଣ୍ଡ କୋହଳ କରାଯିବାର ନଜିର ରହିଛି।

ଆଜି ମୃତ୍ୟୁଦଣ୍ଡ ପାଇଥିବା ହତଭାଗ୍ୟମାନେ ହେଉଛନ୍ତି ୟୁସୁଫ ମେହରାଦ ଓ ସଦରୋଲ୍ଲାହ ଫଜେଲି ଜାରେ। କେନ୍ଦ୍ରୀୟ ଇରାନର ଆରାକ ଜେଲରେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ୟୁଏସ୍ କମିସନ ଅନ୍ ଇଣ୍ଟରନ୍ୟାସନାଲ ରେଲିଜିୟସ ଫ୍ରିଡମ୍‌ର ସୂଚନା ଅନୁସାରେ ଏକ ଟେଲିଗ୍ରାମ ଚାନେଲ ‘କ୍ରିଟିକ୍ ଅଫ୍ ସୁପରଷ୍ଟିସନ ଆଣ୍ଡ୍ ‌ରିଲିଜନ’ରେ ସମ୍ପୃକ୍ତ ଥିବା ଅଭିଯୋଗରେ ମେ ୨୦୨୦ରେ ସେମାନଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଅନେକ ମାସ ଧରି ଜେଲରେ ଏକାନ୍ତବାସରେ ରଖାଯାଇଥିଲା। ତାଙ୍କୁ ଭେଟିବାକୁ ପରିବାର ସଦସ୍ୟଙ୍କୁ ସୁଯୋଗ ଦିଆଯାଉ ନ ଥିଲା। ଇରାନର ଏକ ନ୍ୟୁଜ୍ ଏଜେନ୍ସିର ସୂଚନା ଅନୁସାରେ ଦୁଇଜଣଙ୍କୁ ଆଜି ମୃତ୍ୟୁଦଣ୍ଡ ଦିଆଯାଇଛି। ସେମାନେ ରସୁଲ ମହମ୍ମଦଙ୍କୁ ଅପମାନିତ କରିଥିବା, କୋରାନ ପୋଡ଼ିଥିବା ଓ ନାସ୍ତିକବାଦର ପ୍ରସାର କରିଥିବା ଅଭିଯୋଗ ହୋଇଥିଲା।

ଇରାନ ମଧ୍ୟଯୁଗୀୟ ଚିନ୍ତାଧାରାର ବଶବର୍ତ୍ତୀ ହୋଇ ଏପରି ଅମାନବୀୟ କାର୍ଯ୍ୟ କରୁଛି ବୋଲି ଇରାନ ମାନବାଧିକାର ଗୋଷ୍ଠୀର ମୁଖ୍ୟ ମେହମୁଦ ଆମିରୀ-ମୋଘଡାମ କହିଛନ୍ତି। ଜଣେ କିଛି ମତ ପ୍ରକାଶ କରିବା ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯିବା ଅସହନୀୟ। ବିଶ୍ବ ସମୁଦାୟ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା ଉଚିତ ବୋଲି ସେ କହିଛନ୍ତି। ତେବେ କେବଳ ଇରାନ ନୁହେଁ, ସାଉଦି ଆରବ ଭଳି ମଧ୍ୟପ୍ରାଚ୍ୟ ଦେଶ ଓ ପାକିସ୍ତାନରେ ମଧ୍ୟ ଈଶନିନ୍ଦା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ଅଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ