ଦେଶ ବିଦେଶ ମନୋରଞ୍ଜନ

ଇ-ମେଲ୍ ମାମଲା: କଙ୍ଗନାଙ୍କ ପାଇଁ ବଢିପାରେ ହ୍ରିତିକଙ୍କ ସମସ୍ୟା, ଡାକିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ୍

ମୁମ୍ବାଇ ୨୬/୦୨: ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରନୌତଙ୍କ ସହ ବିବାଦ ମାମଲାରେ ନଜର ଆସିଛନ୍ତି । କଙ୍ଗନା ରୌନତଙ୍କ ଇ-ମେଲ୍ କେସ୍ ରେ ୨୭ ଫେବୃଆରୀ ଶନିବାର ଦିନ କ୍ରିମିନାଲ ଇଣ୍ଟେଲିଜେନ୍ସ ୟୁନିଟିକୁ ଆସି ହ୍ରିତିକଙ୍କୁ ନିଜର ବୟାନ ଦେବା ପାଇଁ କ୍ରାଇମବ୍ରାଞ୍ଚ୍ କହିଛି ।

୨୦୧୬ ମସିହାରେ କଙ୍ଗନାଙ୍କ ଆକାଉଣ୍ଟରୁ ୧୦୦ରୁ ଅଧିକ ଇ-ମେଲ୍ ମିଳିଥିବାରୁ ହ୍ରିତିକ ରୋଶନ୍ ଏକ ଅଭିଯୋଗ ଦାଖଲ କରାଇଥିଲେ । ହ୍ରତିଙ୍କ ଅଭିଯୋଗ କ୍ରମେ ଏହାର ଯାଞ୍ଚ ମଧ୍ୟ ଚାଲୁଛି । କଙ୍ଗନା ଅନେକ ଇ-ମେଲ୍ ପଠାଇ ହ୍ରିତିକ ରୋଶନଙ୍କ ଉପରେ ହଇରାଣ କରୁଥିବାର ଅଭିଯୋଗ କରିଥିଲେ କିନ୍ତୁ ହ୍ରତିକ୍ ଏପରି କୌଣସି ଇ-ମେଲ୍ ପଠାଇ ନଥିବା କହିଥିଲେ । ତେଣୁ ହ୍ରିତିକ କଙ୍ଗନାଙ୍କ ବିରୋଧରେ ସାଇବର ସେଲ୍ ରେ ଅଭିଯୋଗ ଦାଖଲ କରିଥିଲେ ।

ସୂଚନା ଅନୁଯାୟୀ, ହ୍ରିତିକ ରୋଶନଙ୍କ ଓକିଲ ମହେଶ ଜେଠମଲାନୀ ମୁମ୍ବାଇ ପୋଲିସ କମିଶନରଙ୍କୁ ଏହି ମାମଲା ସ୍ଥାନାନ୍ତର କରିବାକୁ ଏକ ଚିଠି ଲେଖିଥିଲେ, ଯାହା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏହି ଚିଠିରେ ମହେଶ ଜେଠମଲାନୀ ଲେଖିଛନ୍ତି, ‘୨୦୧୩ ଏବଂ ୨୦୧୪ ମସିହାରେ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ଇ-ମେଲ୍ ଆଇଡିରୁ ହ୍ରିତିକ ରୋଶନଙ୍କୁ ପଠାଯାଇଥିବା ମେଲ୍ ମାମଲାରେ ଏପର୍ଯ୍ୟନ୍ତ ସାଇବର ସେଲ ତରଫରୁ କୌଣସି ଅଗ୍ରଗତି ହୋଇନାହିଁ । ତେଣୁ ଏହି ମାମଲାକୁ କ୍ରାଇମ୍ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯିବା ଉଚିତ୍ ।‘

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ