ଅପରାଧ ଦେଶ ବିଦେଶ

ଇ-ବାଇକ୍ ସୋ’ରୁମରେ ନିଆଁ, ପୋଡିହୋଇ ୬ ମୃତ

ନୂଆଦିଲ୍ଲୀ, ୧୩|୦୯: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦର ସିକନ୍ଦରାବାଦ ଅଞ୍ଚଳରେ ବଡ ଅଘଟଣ । ଏଠାରେ ଏକ ବାଇକ୍ ସୋରୁମରେ ନିଆଁ ଲାଗିଯାଇଛି । ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ୬ ଜଣ ପୋଡି ହୋଇ ପ୍ରାଣ ହରାଇଛନ୍ତି । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଛି ।

ହାଇଦ୍ରାବାଦ ନର୍ଥ ଜୋନ୍ ଡିସିପିଙ୍କ କହିବାନୁସାରେ, ସିକନ୍ଦରାବାଦ ପାସପୋର୍ଟ ଅଫିସ ପାଖରେ ଥିବା ଇଲେକ୍ଟ୍ରିକ୍ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିବା ଖବର ମିଳିଥିଲା । ସୋରୁମର ଉପରେ ଏକ ହୋଟେଲ୍ ରହିଛି । ଯେଉଁଠାରେ ଅନେକ ଲୋକ ଫସି ଯାଇଥିଲେ । ଏଥିରେ ଏବେସୁଦ୍ଧା ୫ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବ୍ୟାଟେରୀ ଚାର୍ଜରୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡୁଛି ।

ଏହାପୂର୍ବରୁ ମଧ୍ୟ ତାମିଲନାଡୁରେ ସମାନ ଘଟଣା ଘଟିଥିଲା । ପୋରୁର-କୁନ୍ଦରାତୁର ନିକଟରେ ଥିବା ଏକ ଇ-ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିଲା । ବ୍ୟାଟେରୀ ଚାର୍ଜ ବସାଇବା ବେଳେ ଏହି ଅଘଟଣ ଘଟିଥିଲା । ଯେଉଁଥିରେ ପ୍ରାୟ ୧୭ଟି ବାଇକ୍ ଜଳିଯାଇଥିଲା ।

ନିଆଁ ଲାଗିବା ପରେ ସୋରୁମରୁ ପ୍ରବଳ ଧୂଆଁ ବାହାରିଥିଲା । ଲୋକେ ବିଚଳିତ ହୋଇଯାଇଥିଲେ । ତେବେ ଏଥିରେ କେହି ମୃତାହତ ହୋଇନଥିଲେ । ସ୍ଥାନୀୟ ଲୋକ ଓ ଦମକଳ ବିହାନୀ ସହାୟତାରେ ନିଆଁକୁ କାବୁ କରାଯାଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ