ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଇସ୍ରାଏଲରୁ ମିଳିଲା କରୋନାର ନୂଆ ପ୍ରଜାତି, ଜାଣନ୍ତୁ କେତେ ବିପଦଜ୍ଜନକ, କ’ଣ କ’ଣ ରହିଛି ଲକ୍ଷଣ

ନୂଆଦିଲ୍ଲୀ,୧୭।୮: ଦୁନିଆରେ ପୁଣି ଥରେ କରୋନାର ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଚୀନରେ ଗତ କିଛି ଦିନରେ ଦୈନିକ 3 ହଜାର ନୂଆ ମାମଲା ଚିହ୍ନଟ ହେଉଛି। ଗୋଟିଏ ପଟେ କରୋନା ବଢୁଥିବା ଦ୍ରୁତ ମାମଲା ଅନ୍ୟପଟେ ଇସ୍ରାଏଲରେ କରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇଛି ।

ଇସ୍ରାଏଲରେ ବୁଧବାର କୋଭିଡ ୧୯ର ନୂଆ ପ୍ରଜାତିର ଦୁଇଟି ମାମଲା ଚିହ୍ନଟ ହୋଇଛି। ନୂଆ ଭାରିଆଣ୍ଟକୁ କିପରି ମୁକାବିଲା କରାଯିବ ତାକୁ ନେଇ ବିଶ୍ୱ ଏବେ ଚିନ୍ତିତ । ଚୀନରେ ବଢୁଥିବା କରୋନା ମାମଲା ଭିତରେ ଇସ୍ରାଏଲରୁ ଚିହ୍ନଟ ଏହି ମାମଲ ନୂଆ ଚିନ୍ତା ବଢାଇଛି। ଉଲ୍ଲେଖଯୋଗ୍ୟ ଯେ, ଇସ୍ରାଏଲର କରୋନାର ନୂଆ ଭାରିଏଣ୍ଟ ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ।

ରିପୋର୍ଟ ଅନୁସାରେ, କରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନର ଦୁଇଟି ସବ ଭାରିଆଣ୍ଟ ସହ ଜଡିତ । ଏହି ଦୁଇ ସବ ଭାରିଏଣ୍ଟକୁ BA.1 ଏବଂ BA.2 ନାଁ ଦିଆଯାଇଛି । ନୂଆ ଭାରିଏଣ୍ଟରୁ ପଜିଟିଭ୍ ଦୁଇ ଜଣ ବ୍ୟକ୍ତି ଇସ୍ରାଏଲର ବିମାନ ବନ୍ଦରରୁ ଚିହ୍ନଟ ହୋଇଛି। ଏହି ଯୁଇ ଯାତ୍ରୀଙ୍କ ଯାଞ୍ଚରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଥିଲା।

କରୋନାର ନୂଆ ଭାରିଆଣ୍ଟରେ ସଂକ୍ରମିତ ବ୍ୟକ୍ତିଙ୍କ ନିକଟରେ ଜ୍ୱର, ମୁଣ୍ଡ ବ୍ୟଥା ସହ ଅନ୍ୟ ଲକ୍ଷଣ ପ୍ରକାଶ ପାଇଥାଏ । ତେବେ ଆଶ୍ୱସ୍ତିର ବିଷୟ ଏହା ଯେ କରୋନାର ନୂଆ ଭାରିଆଣ୍ଟରେ ସଂକ୍ରମିତଙ୍କୁ ମେଡିକାଲର ସୁବିଧାର ଆବଶ୍ୟକତା ପଡି ନଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ