ରାଜ୍ୟ

ଇଷ୍ଟ୍‌ଆଇ ଖାଦ୍ୟ କନ୍‌କ୍ଲେଭ୍‌ ୨୦୨୪: ରଣବୀର ବ୍ରାର୍‌ ରାନ୍ଧିଲେ ମୁଢ଼ି ମାଂସ, ଛେନାପୋଡ଼

ଭୁବନେଶ୍ବର: ସେଲିବ୍ରିଟି ସେଫ୍‌ ରଣବୀର ବ୍ରାର୍‌ ରାନ୍ଧିଲେ ଓଡ଼ିଆ ଖାଦ୍ୟ। ନିଜ ହାତରେ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରସ୍ତୁତ କଲେ ମୁଢ଼ି ମାଂସ ଓ ଛେନାପୋଡ଼। ଅବସର ଥିଲା ଇଷ୍ଟଆଇ ଖାଦ୍ୟ କନ୍‌କ୍ଲେଭ୍‌ ୨୦୨୪। ଅତି କମ୍ ସମୟ ଭିତରେ ସେ ଏହି ଦୁଇ ସ୍ବତନ୍ତ୍ର ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଉପସ୍ଥିତ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲେ। ଆଇସିସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ (ଆଇଏନ୍‌ଡବ୍ଲୁଇସି) ସହଯୋଗିତାରେ ଆୟୋଜିତ ଏହି କନ୍‌କ୍ଲେଭ୍‌ରେ ସମ୍ବାଦ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତଥା ‘ସମ୍ବାଦ’ ସଂପାଦକ ତନୟା ପଟ୍ଟନାୟକଙ୍କ ସହ ଆଲୋଚନାରେ ଶ୍ରୀ ବ୍ରାର୍‌ କହିଥିଲେ ଯେ ଏକ ଆଞ୍ଚଳିକ ଖାଦ୍ୟକୁ ଏହାର ଭୌଗୋଳିକ ପରିସର ବାହାରେ ଲୋକପ୍ରିୟ ଓ ଗ୍ରହଣୀୟ କରିବା ଲାଗି ତାହାର ଭଲ ଗୁଣଗୁଡ଼ିକ ବିଷୟରେ ସେହି ଅଞ୍ଚଳର ଲୋକମାନେ ପ୍ରଚାର କରିବା ଦରକାର। ଏ କ୍ଷେତ୍ରରେ ଆମକୁ ଆମେରିକାଠାରୁ ବହୁତ କିଛି ଶିଖିବାର ଅଛି। ଗୋଟିଏ ଶବ୍ଦରେ ଓଡ଼ିଆ ଖାଦ୍ୟକୁ ‘ଦୈବିକ’ ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଦେଖିବାକୁ ବେଶ ସାଧାସିଧା, ନିଚ୍ଛକ ଓ ସଚ୍ଚୋଟ ମନେ ହେଉଥିବା ଓଡ଼ିଆ ଖାଦ୍ୟକୁ ପ୍ରଥମ ଥର ଦେଖିଲେ ହୁଏତ ଏତେଟା ପ୍ରଭାବ ପଡ଼େ ନାହିଁ। କିନ୍ତୁ ଥରେ ଖାଇଲେ ତାହାର ଅନୁଭୂତି ନିଜ ସହିତ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ। ତାହା ହେଉଛି ଓଡ଼ିଆ ଖାଦ୍ୟର ପ୍ରକୃତ ଶକ୍ତି ବୋଲି ସେ କହିଥିଲେ।

ସେ ଆହୁରି କହିଥିଲେ, ନିଜ ଅଞ୍ଚଳର ଭୋଜନକୁ ପରିଚିତ କରିବା ଲାଗି ମାର୍କେଟିଂ ଦରକାର। ଏକ୍ଷେତ୍ରରେ ଓଡ଼ିଶା ପଛରେ ରହିଛି। ବିଶ୍ବାସ ଓ ଗ୍ରହଣୀୟତାର ଭାବରୁ ହିଁ ମାର୍କେଟିଂ ସୃଷ୍ଟି ହୋଇଥାଏ। ରେସ୍ତୋରାଁଗୁଡ଼ିକୁ ପରାମର୍ଶ ଦେଇ ସବୁବେଳେ ଗ୍ରାହକଙ୍କ କଥା ଶୁଣିବାକୁ ସେ ଏହି ଅବସରରେ ଆହ୍ବାନ ଦେଇଥିଲେ। ନିଜର ଅସଲି ଖାଦ୍ୟକୁ ଗ୍ରାହକଙ୍କୁ ପରଷିବା ସହ ସେମାନେ କ’ଣ ଚାହୁଛନ୍ତି ତାହା ଶୁଣିବା ନିହାତି ଜରୁରୀ ବୋଲି ଶ୍ରୀ ବ୍ରାର୍‌ ମତ ରଖିବା ସହିତ ପଖାଳକୁ ଓଡ଼ିଆର ଗର୍ବ ଓ ଗୌରବ ଭାବେ ବର୍ଣ୍ଣନା କରିଥିଲେ। କନ୍‌କ୍ଲେଭ୍‌ର ଉଦ୍‌ଘାଟନୀ ସମାରୋହରେ ଅତିଥି ଭାବେଯୋଗ ଦେଇ ଦି କ୍ରାଉନ୍-ଆଇଏଚ୍‌ସିଏଲ୍‌ ସିଲେକ୍ସନର ଏମ୍‌ଡି ଦେବାଶିଷ ପଟ୍ଟନାୟକ କହିଥିଲେ ଯେ ମୁଁ ଓଡ଼ିଆ, ଆମ ଖାଇବା ବହୁତ ବଢ଼ିଆ। ସେହିପରି ରୋଟାରି କ୍ଲବ୍‌ର ସଭାପତି ପ୍ରମୋଦ ପଣ୍ଡା କହିଥିଲେ ଯେ ଓଡ଼ିଆ ଖାଦ୍ୟ ସୁସ୍ଥକର ଭୋଜନର ପ୍ରସାର କରୁଛି। ଅନ୍ୟ ଖାଦ୍ୟଗୁଡ଼ିକ ଏହାର ପାଖାପାଖି ବି ନାହାନ୍ତି। ଆମକୁ ଓଡ଼ିଆ ଖାଦ୍ୟକୁ ମୁଖ୍ୟସ୍ରୋତରେ ସାମିଲ କରି ତାହାକୁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ପହଞ୍ଚାଇବା ଦିଗରେ କାମ କରିବାକୁ ପଡ଼ିବ ବୋଲି ସେ କହିଥିଲେ। ଏହି ଅବସରରେ ଇଷ୍ଟଆଇର ପ୍ରତିଷ୍ଠାତା ଉପାସନା ମହାନ୍ତି, ଚନ୍ଦନ ରଥ ଓ ଦେବାଶିଷ ପଟ୍ଟନାୟକ ଉପସ୍ଥିତ ଥିଲେ।

କନ୍‌କ୍ଲେଭ୍‌ରେ ସୋସିଆଲ୍‌ ମିଡିଆ ସେନ୍‌ସେସନ୍ ମୃଣମୟ ଭକ୍ତିମୟ ଭଜନ ପରିବେଷଣ କରିଥିଲେ। ଓଡ଼ିଶା ଖାଦ୍ୟର ସମ୍ଭାବନା ଓ ଆହ୍ବାନ ସମ୍ପର୍କିତ ପ୍ୟାନେଲ୍‌ ଆଲୋଚନାରେ ଅଳକା ଜେନା ଓ ସାଇ ପ୍ରିୟାଙ୍କ ରୋହିତ ଶ୍ରୀବାସ୍ତବ ଆଲୋଚନା କରିଥିଲେ। ଖାଦ୍ୟ ଉଦ୍ୟୋଗୀ ସମ୍ପର୍କିତ ଆଲୋଚନାରେ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସୋନାଲ ସାହୁ ଓ ରଶ୍ମୀ ସାହୁଙ୍କ ସହ କପିଲା ନାଗପାଲ୍ ଆଲୋଚନା କରିଥିଲେ। ଫାର୍ମ ଟୁ ଟେବୁଲ୍‌ ଅଧିବେଶନରେ ଅଂଶୁମାନ ରଥଙ୍କ ସହ ରୋହିତ ଆଲୋଚନା କରିଥିଲେ। ମାଷ୍ଟରସେଫ୍‌ରୁ ଖ୍ୟାତି ଅର୍ଜନ କରିଥିବା ଅବିନାଶ ନାୟକଙ୍କ ଏକ ମାଷ୍ଟରକ୍ଲାସ୍‌ ମଧ୍ୟ ଅନୁଷ୍ଠିତ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।