ଖେଳ

ଇଶାନ କିଶନଙ୍କୁ ମିଳିଲା ଜନ୍ମଦିନର ଉପହାର, ଏମିତି କରିବାରେ ଦ୍ଵିତୀୟ ଭାରତୀୟ କ୍ରିକେଟର

କଲୋମ୍ଵୋ ୧୮।୦୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶନ ଦିନିକିଆ ଅନ୍ତର୍ଜାତୀୟରେ ପଦାର୍ପଣ କରିଛନ୍ତି। ଏହି ଦୁଇ ଖେଳାଳି ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ ପ୍ରତିନିଧିତ୍ଵ କରି ସାରିଛନ୍ତି। ଇଶାନ କିଶନଙ୍କ ଆଜି ହେଉଛି ଜନ୍ମଦିନ। ଏମିତି ଏକ ଖାସ୍ ଦିନରେ ତାଙ୍କୁ ମିଳିଛି ବଡ ଉପହାର। ୨୩ ବର୍ଷୀୟ ଏହି ଖେଳାଳି ଭାରତର ଦ୍ଵିତୀୟ ଓ ଅନ୍ତର୍ଜାତୀୟସ୍ତରରେ ୧୬ତମ ଖେଳାଳି ଭାବେ ନିଜ ଜନ୍ମଦିନରେ ଡେବ୍ୟୁ କରିଛନ୍ତି।

ଇଶାନ କିଶନଙ୍କ ପୂର୍ବରୁ ଗୁରୁଶରଣ ସିଂହ ଏକ ମାତ୍ର ଖେଳାଳି ଥିଲେ, ଯିଏ ନିଜର ଜନ୍ମଦିନରେ ପଦାର୍ପଣ ମ୍ୟାଚ୍ ଖେଳିଥିଲେ। ସେ ୧୯୯୦ରେ ହାମିଲଟନରେ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୦ ମାର୍ଚ୍ଚ ୮ରେ ଖେଳାଯାଇଥିବା ଏହି ମ୍ୟାଚ୍ ଗୁରୁଶରଣଙ୍କ ଏକ ମାତ୍ର ମ୍ୟାଚ୍ ଥିଲା।

ଦୀର୍ଘ ସମୟ ଅପେକ୍ଷା ପରେ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟ ଦିନିକିଆରେ ପଦାର୍ପଣ କରିଛନ୍ତି। ଏହା ପୂର୍ବରୁ ସେ ଇଂଲଣ୍ଡ ବିପକ୍ଷରେ ଟି-୨୦ରେ ପଦାର୍ପଣ କରିଥିଲେ ଏବଂ ଦମଦାର ପ୍ରଦର୍ଶନ ମଧ୍ୟ କରିଥିଲେ। ଏହା ପୂର୍ବରୁ ଆଜି ଟସ୍ ଜିତି ଶ୍ରୀଲଙ୍କା ଅଧିନାୟକ ଦାସୁନ ଶନାକା ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସିରିଜ୍‌ ଆଇସିସି ଓ୍ଵାର୍ଲ୍ଡ ସିରିଜ୍‌ର ଅଂଶ। ଭାରତୀୟ ଦଳ ଆୟୋଜକ ହୋଇଥିବାରୁ ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛି।

ଭାରତୀୟ ଦଳ

ଶିଖର ଧାଓ୍ଵନ(ଅଧିନାୟକ), ପୃଥ୍ଵୀ ଶ, ଇଶାନ କିଶନ(ଓ୍ଵିକେଟ୍ କିପର), ମନୀଷ ପାଣ୍ଡେ, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କୃଣାଲ ପାଣ୍ଡ୍ୟା, ଦୀପକ ଚହର, ଭୁବନେଶ୍ଵର କୁମାର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ