ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଲେକ୍ଟୋରାଲ୍ ବଣ୍ଡ୍ ଜରିଆରେ ଜାତୀୟ ଦଳଗୁଡ଼ିକୁ ପାଣ୍ଠି ଯୋଗାଣ- ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି:ଏଡିଆର୍

ନୂଆଦିଲ୍ଲୀ: ଇଲେକ୍ଟୋରାଲ୍ ବଣ୍ଡ୍ ମାଧ୍ୟମରେ ସାତୋଟି ଜାତୀୟ ରାଜନୈତିକ ଦଳକୁ ଚାନ୍ଦା ପରିମାଣ ୨୦୧୮ରୁ ୭୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନିର୍ବାଚନୀ ୱାଚ୍‌ଡଗ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍‌) ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡିଛି। ଏହି ସମୟ ମଧ୍ୟରେ ଏହି ଦଳଗୁଡ଼ିକୁ କର୍ପୋରେଟ୍ ଚାନ୍ଦା କେବଳ ୪୮ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜୁଲାଇ ୧୧ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି।
ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ବାରା ପ୍ରାପ୍ତ ମୋଟ ଚାନ୍ଦାରେ ଇଲେକ୍ଟୋରାଲ୍ ବଣ୍ଡ୍‌ ଅଧାରୁ ଅଧିକ (୫୨%) ଯୋଗଦାନ ଦେଇଛି। ୨୦୧୮ରେ ନଗଦ ଦାନର ବିକଳ୍ପ ଭାବରେ ଇଲେକ୍ଟୋରାଲ୍ ବଣ୍ଡ୍‌ ଯୋଜନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ବିଜେପି ମୋଟ ୫,୨୭୨ କୋଟି ଟଙ୍କା ପାଇଛି। ଏହି ସମୟ ମଧ୍ୟରେ କଂଗ୍ରେସ ଇଲେକ୍ଟୋରାଲ୍ ବଣ୍ଡ୍‌ ମାଧ୍ୟମରେ ମୋଟ ୯୫୨.୨ କୋଟି ଟଙ୍କା ପାଇଛି, ଯାହା ଏହା ପାଇଥିବା ମୋଟ ଚାନ୍ଦାର ୬୧.୫ ପ୍ରତିଶତ। ଅନ୍ୟ ଜାତୀୟ ଦଳମାନଙ୍କ ମଧ୍ୟରେ ତୃଣମୂଳ କଂଗ୍ରେସ ୭୬୭.୮ କୋଟି ଟଙ୍କା ପାଇଛି, ଯାହାକି ଏହା ପାଇଥିବା ଦାନର ୯୩.୨୭ ପ୍ରତିଶତ। ମୋଟ ଉପରେ, ସାତୋଟି ଜାତୀୟ ଦଳ ୨୦୧୮ରୁ ଇଲେକ୍ଟୋରାଲ୍ ବଣ୍ଡ୍‌ ମାଧ୍ୟମରେ ୭,୦୫୬ କୋଟି ଟଙ୍କା ଦାନ ଗ୍ରହଣ କରିଛନ୍ତି ବୋଲି ବିଶ୍ଳେଷଣରୁ ଜଣାପଡିଛି।

ବ୍ୟକ୍ତିଗତ, କର୍ପୋରେଟ୍ ଏବଂ ନିର୍ବାଚନୀ ଟ୍ରଷ୍ଟ ଦ୍ୱାରା ରାଜନୈତିକ ଦଳଗୁଡିକୁ କରାଯାଉଥିବା ୨୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ଦାନ ଇଲେକ୍ଟୋରାଲ୍ ବଣ୍ଡ୍‌ ମାଧ୍ୟମରେ କରାଯାଇଥାଏ। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଦ୍ୱାରା ବର୍ଷକୁ ଚାରିଥର (ଜାନୁଆରି, ଏପ୍ରିଲ, ଜୁଲାଇ ଏବଂ ଅକ୍ଟୋବର)ରେ ଏହି ବଣ୍ଡ୍ ବିକ୍ରି ହୁଏ। ଏହି ଇଲେକ୍ଟୋରାଲ୍ ବଣ୍ଡ୍‌ ରାଜନୈତିକ ଦଳଗୁଡ଼ିକୁ ଅଜ୍ଞାତ ଦାତାମାନଙ୍କଠାରୁ ଦାନ ଗ୍ରହଣ କରିବାକୁ ଅନୁମତି ଦେଇଥାଏ।

ଏହି ଯୋଜନାର ପ୍ରଥମ ବର୍ଷ ୨୦୧୭-୧୮ରେ, ସାତଟି ରାଜନୈତିକ ଦଳ ଇଲେକ୍ଟୋରାଲ୍ ବଣ୍ଡ୍‌ ଜରିଆରେ ୨୧୫ କୋଟି ଟଙ୍କା ମୂଲ୍ୟର ଚାନ୍ଦା ପାଇଥିଲେ। ଅଧ୍ୟୟନ ହୋଇଥିବା ଅବଧିରେ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ପରିମାଣ ୧,୮୧୨ କୋଟି ଟଙ୍କାକୁ ଅର୍ଥାତ୍ ୭୪୩ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏଡିଆର୍ ରିପୋର୍ଟ ପ୍ରକାଶ କରିଛି। ଏହି ସମୟ ମଧ୍ୟରେ ଏହି ଦଳମାନଙ୍କୁ କର୍ପୋରେଟ୍ ଚାନ୍ଦା ୪୨୨ କୋଟିରୁ ୬୨୫.୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି, ଯାହାକି ୪୮ ପ୍ରତିଶତ ବୃଦ୍ଧି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ