ଅପରାଧ ଦେଶ ବିଦେଶ

ଇରାନ ବିମାନରେ ବୋମା ଆତଙ୍କ ପରେ ହାଇଆଲର୍ଟ, ଦିଲ୍ଲୀରେ ଅବତରଣ ଲାଗି ମିଳିଲାନି ଅନୁମତି

ନୂଆଦିଲ୍ଲୀ ୦୩/୧୦: ଇରାନ ବିମାନରେ ବୋମା । ଏହି ସୂଚନା ମିଳିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିମାନଟି ଭାରତୀୟ ଆକାଶରେ ଥିଲା । ବିମାନଟି ଦିଲ୍ଲୀରେ ଅବତରଣ କରିବାର ଥିଲା । କିନ୍ତୁ ବିମାନ ବମ୍ ଖବର ଶୁଣାଯିବା ପରେ ଭାରତୀୟ ବାୟୁସେନା ସତର୍କ ହୋଇଯାଇଥିଲା । ଫଳରେ ଦିଲ୍ଲୀରେ ଅବତରଣ ଲାଗି ମିଳନଥିଲା ଅନୁମତି ।

ବାୟୁସେନା ପକ୍ଷରୁ ବିମାନ ପଛରେ ଦୁଇଟି ସୁଖୋଇ ବିମାନ ନିୟୋଜିତ କରାଯାଇଥିଲା । କୁହାଯାଉଛି ଯେ ଦିଲ୍ଲୀ ଏୟାରବେସରେ ଅବତରଣ କରିବାକୁ ବିମାନରୁ ଅନୁମତି ନିଆଯାଇଥିଲା । ଅବଶ୍ୟ, ବିମାନରେ କୌଣସି ପ୍ରକାରର ବୋମା ନମିଳିବାରୁ ଏହାକୁ ଚୀନ୍ ଆଡକୁ ପଠାଯାଇଥିଲା । ତେବେ ଚୀନ୍ ଯିବା ରାସ୍ତାରେ ସୁରକ୍ଷା ଏଜେନ୍ସିଗୁଡିକ ତୀକ୍ଷ୍ଣ ନଜର ରଖିଛନ୍ତି ।

ଭାରତୀୟ ବାୟୁସେନା ଏୟାର ଷ୍ଟେସନ୍ ଏବଂ ବିମାନ ଚଳାଚଳ ୟୁନିଟ୍‌ ସତର୍କ ନଜର ରଖିଛି । ବିମାନ ବନ୍ଦରରୁ ଏହି ଖବର ଆସିଥିଲା ଯେ, ଯେ ବିମାନରେ ବୋମା ଅଛି । ତେହେରାନରୁ ଚାଇନାକୁ ଏହି ବିମାନଟି ଯାଉଥିବା ସମୟରେ ଭାରତର ମଝି ଆକାଶରେ ସୃଷ୍ଟି ହୋଇଥିଲା ଆତଙ୍କ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ