ନୂଆଦିଲ୍ଳୀ: ବୁଧବାର ସକାଳେ ତେହେରାନରେ ତାଙ୍କ ବାସଭବନକୁ ଟାର୍ଗେଟ କରାଯିବା ପରେ ହମାସର ଶୀର୍ଷ ନେତା ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି ବୋଲି ଇରାନର ଇସଲାମିକ ରିଭୋଲ୍ୟୁସନାନୀ ଗାର୍ଡ କର୍ପସ (ଆଇଆରଜିସି) ଏକ ବିବୃତିରେ କହିଛି। ଏହି ବିବୃତି ରେଉଟର୍ସରେ ପୋଷ୍ଟ୍ ହୋଇଥିବା ଦେଖିବାକୁ ମିଳିଛି। ଗାଜାରେ ଇସ୍ରାଏଲ ସହିତ ଯୁଦ୍ଧରେ ନିୟୋଜିତ ଥିବା ପାଲେଷ୍ଟାଇନର ସଂଗଠନ ହମାସ କହିଛି ଯେ ଇସ୍ରାଏଲ ଆକ୍ରମଣରେ ତେହେରାନରେ ଥିବା ତାଙ୍କ ବାସଭବନରେ ଇସମାଇଲ ହନିୟେଙ୍କୁ ହତ୍ୟା କରାଯାଇଛି।
ମଙ୍ଗଳବାର ଦିନ କତାରରେ ଏକ୍ସାଇଲ୍ରୁ ହାମାସର ରାଜନୈତି ଅଭିଯାନକୁ ନେତୃତ୍ବ ନେବାକୁ ଥିବା ହନିୟେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନଙ୍କ ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ସେ ଇରାନର ସର୍ବୋଚ୍ଚ ନେତା ଅୟତୋଲ୍ଲା ଅଲି ଖାମେନେଙ୍କୁ ମଧ୍ୟ ଭେଟିଥିଲେ।