ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇମରାନ ଖାନଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ଜରୁରୀ ଅବତରଣ; ହତ୍ୟା ପାଇଁ ଷଡଯନ୍ତ୍ର କରାଯାଉଥିବା କରିଥିଲେ ଦାବି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ପରେ ରାୱଲପିଣ୍ଡିରେ ଏହାର ଜରୁରୀ ଅବତରଣ କରାଯାଇଛି । ଇମରାନ ଖାନଙ୍କ ତହରିକ-ଏ-ଇନସାଫ ଟ୍ୱିଟ୍ କରି ଏହି ସୂଚନା ଦେଇଛି । ଏଥିରେ କୁହାଯାଇଛି, ପଖତୁନଖୱା ପ୍ରାନ୍ତରେ ଡେରା ଇସ୍ମାଇଲ ଖାନଠୁ ବାନୀଗାଲା ଯିବା ସମୟରେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଏହାପରେ ରାୱଲପିଣ୍ଡିର ଅଦିୟାଲା ଗାଁରେ ଜରୁରୀ ଅବତରଣ କରାଯାଇଥିଲା ।

ବୟାନରେ କୁହାଯାଇଛି ଯେ, ପରେ ଇମରାନ ଖାନ ସଡକ ମାର୍ଗ ଦେଇ ଇସଲମାବାଦ ସ୍ଥିତ ନିଜ ବାସଭବନରେ ପହଞ୍ଚିଥିଲେ । ଉଲ୍ଲେଖଯୋଗ୍ୟ, ବନ୍ୟା ପୀଡିତକୁ ରିଲିଫ୍ ବାଣ୍ଟିବା ପାଇଁ ଡେରା ଇସ୍ମାଇଲ ଖାନ ଜିଲ୍ଲା ଗସ୍ତ କରିଥିଲେ ଇମରାନ ଖାନ।

ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାର ଗୋଟିଏ ଦିନ ପୂର୍ବେ ଇମାନର ଖାନ ଅଭିଯୋଗ ଆଣି ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରାଯାଇଥିବା କହିଥିଲେ । ଏହାସହ ଚେତାବନୀ ଦେଇଥିଲେ ଯେ, ଯଦି ତାଙ୍କ ସହ କିଛି ଅଘଟଣ ଘଟେ ତେବେ ଏହି ଷଡଯନ୍ତ୍ରକାରୀଙ୍କ ନାଁ ଦେଶ ଆଗରେ ଉଜାଗର କରାଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ