ଦେଶ ବିଦେଶ ମନୋରଞ୍ଜନ

ଇବ୍ରାହିମ୍‌ ଅଲି ଖାନ୍‌ଙ୍କ ସହ କାରରେ ନଜର ଆସିଲେ ପଲକ ତିୱାରୀ, କ୍ୟାମେରା ଦେଖି ଲୁଚାଇଲେ ମୁହଁ

ନୂଆଦିଲ୍ଲୀ୨୨।୦୧ : କସୋଟି ଜିନ୍ଦେଗୀ କି’ର ପେମ୍‌ ଶ୍ୱେତା ତିୱାରୀ ଖୁବ୍‌ ଜଣାଶୁଣା । ତାଙ୍କ ବୟସ ଯେତିକି ବଢୁଛି ସେ ସେତିକି ଗ୍ଲାମର୍ସ ହେଉଛି । ହେଲେ ତାଙ୍କୁ ଏବଂ ତାଙ୍କ ଝିଅ ପଲକକୁ ଦେଖିଲେ ଲାଗୁଛି ଯେପରି ଦୁହେଁ ଦୁଇ ଭଉଣି । ପଲକ ତିୱାରୀ ତାଙ୍କର ନୂଆ ଭିଡିଓ ଗୀତ ‘ବିଜଲି’କୁ ନେଇ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି । ପଲକର ଏହି ଗୀତ ଦର୍ଶକଙ୍କ ଦୃଦୟରେ ରାଜ୍‌ କରିଛି । ଏହାରି ମଧ୍ୟରେ ପଲକ ସବୁବେଳେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରୁହନ୍ତି । କିଛି ନା କିଛି ଫଟୋ ଭିଡିଓ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରିଥାନ୍ତି । ନିଜ ବୋଲ୍ଡ ଲୁକ୍ ସହିତ ଷ୍ଟାଇଲିସ୍‌ ଅନ୍ଦାଜ୍‌ ପାଇଁ ସେ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ହେଲେ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିପାଇଁ ସେ ଏବେ ଲାଇମଲାଇଟ୍‌କୁ ଆସିଛନ୍ତି ।

ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ ବାହାରେ ଏକ କାରରେ ପଲକ ତିୱାରୀ ଏବଂ ଇବ୍ରାହିମ ଅଲି ଖାନଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହାର ଫଟୋ ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଇବ୍ରାହିମ କ୍ୟାମେରାକୁ ଦେଖି ହସୁଥିବା ବେଳେ ପଲକ କ୍ୟାମେରା ଆଡକୁ ଦେଖି ସଙ୍ଗେ ସଙ୍ଗେ ମୁହଁ ଲୁଚାଇଥିବାର ନଜର ଆସିଛନ୍ତି। ଏହାକୁ ଦେଖି ୟୁଜର୍ସମାନେ ନାନ ପ୍ରଶ୍ନ କରିଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଦୁହେଁ ବୋଧ ହୁଏ ଦୁହିଁଙ୍କୁ ଡେଟ୍‌ କରୁଛନ୍ତି ।

ତେବେ ପାଲକ ଏବଂ ଇବ୍ରାହିମର ଏହି ଭିଡିଓରେ ଜଣେ ୟୁଜର୍ସ ଲେଖିଛନ୍ତି – ‘ଏଥିରେ ଆପଣଙ୍କ ମୁହଁ ଲୁଚାଇବାର ଆବଶ୍ୟକ କ’ଣ ଥିଲା’ । ଅନ୍ୟ ଜଣେ ଲେଖିଛନ୍ତି – ‘କାହିଁକି ତୁମର ଚେହେରା ଲୁଚାଇ ରଖିଛ ସେଠାରେ ଡ୍ରଗ୍ସର ରେଡ ହୋଇଥିଲା କି ? ଏପରି ଅନେକ କମେଣ୍ଟ ଆସିଥିବା ବେଳେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ଭିଡିଓ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ