ଅପରାଧ ଦେଶ ବିଦେଶ

ଇନୋଭା ଉପରେ ଓଲଟିଗଲା ଟ୍ରକ୍ : ୩ ଯୁବକ ଓ ଜଣେ ଯୁବତୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୬|୦୮: ଇନୋଭା ଉପରେ ଓଲଟି ଗଲା ଟ୍ରକ୍ । ଜଣେ ଯୁବତୀ ଓ ୩ ଯୁବକଙ୍କ ମୃତ୍ୟୁ । ଏପରି ହୃଦୟ ବିଦାରକ ଦୁର୍ଘଟଣା ଘଟିଛି ଗୁରଗାଓଁରେ । ଏହାସହ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇନୋଭା ଉପରେ ଏକ ଟ୍ରକ୍ ଓଲଟି ପଡିବାରୁ ଏପରି ଅଘଟଣ ଘଟିଛି ।

ସୂଚନାନୁସାରେ, ଗୁରଗାଓଁର ବିଳାସପୁର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ୪୦ରେ ପୋଲିସକୁ ଦୁର୍ଘଟଣା ବାବଦରେ ସୂଚନା ମିଳିଥିଲା । ବିଳାସପୁରରେ ଏକ ଟ୍ରକ୍ ଇନୋଭା ଉପରେ ଓଲଟି ପଡିଥିବା ରିପୋର୍ଟ ମିଳିବା ପରେ ତୁରନ୍ତ ପୋଲିସ ପହଁଚିଥିଲା । ଘଟଣାସ୍ଥଳରେ ପହଁଚିବା ପରେ କାରଟି ସମ୍ପୂର୍ଣ୍ଣ ଭାବେ ଟ୍ରକ୍ ତଳେ ଚାପି ହୋଇ ରହିଥିବା ଜେଖିବାକୁ ମିଳିଥିଲା ।

ପୋଲିସ ତୁରନ୍ତ କାରରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ସେତେବେଳକୁ ଜଣେ ଯୁବତୀ ଓ ତିନି ଯୁବକଙ୍କ ମୃତ୍ୟୁ ହୋଇ ସାରିଥିଲା । ତେବେ ଏଥିରେ ଜଣେ ଯୁବକ ଓ ଅନ୍ୟ ଜଣେ ଯୁବତୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ପୋଲିସ ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଇନୋଭାରେ ଥିବା ଯୁବକ-ଯୁବତୀ ଉଦୟପୁର ବୁଲି ଫେରୁଥିଲେ । ସେମାନେ ଅଗଷ୍ଟ ୧୫ ଛୁଟି ଥିବାରୁ ବୁଲି ଫେରୁଥିଲେ । ଫେରିବା ବେଳେ ହିଁ ଭୟଙ୍କର ଦୁର୍ଘଟଣା ଘଟିଥିଲା । ପୋଲିସ ସମସ୍ତ ମୃତାହତଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ବାବଦରେ ସୂଚନା ଦେଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ