ଅପରାଧ ରାଜ୍ୟ

ଇନଷ୍ଟାଗ୍ରାମ ଫଲୋର୍ସକୁ ନେଇ ହତ୍ୟା ! ନାବାଳିକା ସହ ଭାଇ ଏବଂ ସାଙ୍ଗ ଗିରଫ

ନୂଆଦିଲ୍ଳୀ ୦୭।୧୦: ଦିଲ୍ଲୀର ଉତ୍ତର ବାହାରି ଅଞ୍ଚଳର ଜଣେ ଯୁବକଙ୍କୁ ହତ୍ୟା ମାମଲାରେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଛି। ଏହି ଘଟଣାରେ ଜଣେ ନାବାଳିକା ସମ୍ପୃକ୍ତ ଥିବା ନେଇ ପୋଲିସ ଦାବି କରିଛି। ଏହାକୁ ନେଇ ସେ ଏକ ଯୋଜନା ପ୍ରସ୍ତୁତ କରିଥିଲେ ଏବଂ ତାଙ୍କ ଭାଇ, ଦୁଇ ସାଙ୍ଗଙ୍କ ସାହାଯ୍ୟରେ ପିଲାଟିକୁ ପିଟିବା ପରେ ହତ୍ୟା କରିଥିଲେ । ଏହି ଘଟଣା ପଛର କାରଣ ଥିଲା ଇନଷ୍ଟାଗ୍ରାମର ଫଲୋର୍ସ ସଂଖ୍ୟା । ଏହାକୁ ନେଇ ପୋଲିସ୍‌ ଆଶଙ୍କା କରିଛି।

ପୋଲିସ କହିଛି ଏହି ଘଟଣା ଉତ୍ତର ବାହାରି ଦିଲ୍ଲୀର। ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଏହି ଘଟଣା ପଛରେ ଦୁଇଟି କାରଣ ସାମ୍ନାକୁ ଆସୁଛି। ଗୋଟିଏ- ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଲୋର୍ସ ସଂଖ୍ୟାକୁ ନେଇ ନଚେତ୍‌ ନାବାଳିକା ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ପୁରୁଣା ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ବିବାଦ ହୋଇପାରେ। ଯେ ମୃତ୍ୟୁବରଣ କରିଥିବା ସାହିଲ ଜଣେ ୧୭ ବର୍ଷର ନାବାଳିକା ଝିଅଙ୍କ ସହ ବନ୍ଧୁ ଥିଲା। ସାହିଲଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲେ। ବୁଧବାର ରାତିରେ ଝିଅଟି ତା ଦୁଇ ସାଙ୍ଗ ଏବଂ ଭାଇ ସହ ମିଶି ଏହି ହତ୍ୟା କରିଥିଲା। ଘଟଣାସ୍ଥଳରେ ସାହିଲକୁ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ ଚିକିତ୍ସା ସମୟରେ ସାହିଲଙ୍କ ମୃତ୍ୟୁ ହୋଇଥିଲା।

ବର୍ତ୍ତମାନ ପୋଲିସ ସବୁ ଦିଗରୁ ଯାଞ୍ଚ କରୁଛି। ଘଟଣାକୁ ନେଇ ପୋଲିସ୍‌ କହିଛି କି ଖୁବ୍‌ ଘଟଣାରୁ ପରଦା ଉଠିବ। ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ପୋଲିସ ପଚରାଉଚରା ସହ ଯାଞ୍ଚ ମଧ୍ୟ କରୁଛି। ପୋଲିସ ଏହି ମାମଲାରେ ଏକ ଏଫଆଇଆର ପଞ୍ଜୀକୃତ କରି ତିନି ନାବାଳକଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ଏକ ଛୁରୀ ମଧ୍ୟ ଜବତ କରାଯାଇଛି। ତାଙ୍କର ଜଣେ ଅନ୍ୟ ବନ୍ଧୁ ଫେରାର୍‌ ଅଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।