ଖେଳ ଦେଶ ବିଦେଶ

ଇତିହାସ ରଚିଲେ ନ୍ୟୁଜି‌ଲାଣ୍ଡର ମହିଳା କ୍ରିକେଟର, ନିଜ ନାମରେ ଯୋଡ଼ିଲେ ଏହି କୀର୍ତ୍ତି…

ନୂଆଦିଲ୍ଲୀ, ୧୪/୦୧: ନ୍ୟୁଜି‌ଲାଣ୍ଡର ଷ୍ଟାର କ୍ରିକେଟର ସୋଫି ଡିଭାଇନ୍ ଇତିହାସ ରଚିଛନ୍ତି । ଡିଭାଇନ୍‌ ମହିଳା ଟି-୨୦ କ୍ରିକେଟ୍ ଇତିହାସରେ ସବୁଠାରୁ ଦ୍ରୁତତମ ଶତକ ନିଜ ନାମରେ କରିଛନ୍ତି । ସେ ଏବେ ନ୍ୟୁଜି‌ଲାଣ୍ଡ ମହିଳା କ୍ରିକେଟ୍‌ ଟିମ୍‌ର ଅଧିନାୟକ ଅଛନ୍ତି ।

ନ୍ୟୁଜି‌ଲାଣ୍ଡରେ ଚାଲିଥିବା ସୁପର ସ୍ମାସ୍‌ କମ୍ପିଟେସନ୍‌ରେ ସୋଫି ୩୬ ବଲ୍‌ ଖେଳି ଶତକ ହାସଲ କରିଛନ୍ତି । ମ୍ୟାଚ୍‌ରେ ୯ଟି ଛକା ସହ ୯ଟି ଚୌକା ମାରି ଦ୍ରୁତ ଶତକ ହାସଲ୍‌ କରିଛନ୍ତି । ସମୁଦାୟ ୩୮ଟି ବଲ୍‌ ଖେଳି ସେ ୧୦୮ ରନ୍ କରି ଅପରାଜିତ ରହିଥିଲେ । ସୋଫି ଡିଭାଇନ୍‌ଙ୍କ ଟିମ୍‌ ୱିଲିଂଟନ୍‌ ୧୨୯ ରନ୍‌ର ବିଜୟ ଲକ୍ଷ୍ୟକୁ ମାତ୍ର ୮.୪ ଓଭରରେ ହାସଲ କରିନେଇଛି । ଦଳ ଓଭର୍‌ ପିଛା ୧୫.୫୯ ହାରରେ ରନ୍‌ କରିଛି ।
ସୋଫି ଡିଭାଇନ୍‌ ୱେଷ୍ଟଇଣ୍ଡିଜ୍ର ଡିନ୍ଦ୍ରା ଡୋଟିନ୍‌ଙ୍କ ୧୦ ବର୍ଷ ପୂରୁଣା ରେକର୍ଡକୁ ଭାଙ୍ଗିଛନ୍ତି ।

ଡିନ୍ଦ୍ରା ବୁମଂସ୍‌ ଟି-୨୦ରେ ୩୮ଟି ବଲ୍‌ରେ ତାଙ୍କର ପ୍ରଥମ ଦ୍ରୁତତମ ଶତକ ୨୦୧୦ ମସିହାରେ କରିଥିଲେ । ୨୦୧୮ରେ ଅଷ୍ଟ୍ରେଲିଆର ଗ୍ରେସ୍‌ ହାରିସ ବ୍ରିସ୍‌ବେନ୍ ଟି-୨୦ରେ ୪୨ ବଲ୍‌ ଖେଳି ଶତକ କରିଥିଲେ । ଏହି ରେକର୍ଡକୁ ସୋଫି ଭାଙ୍ଗିଛନ୍ତି । ସେ ଖେଳୁଥିବା ସମୟରେ ତାଙ୍କର ଏକ ବଲ୍‌ ଷ୍ଟାଡିୟମ୍‌ରେ ଖେଳ ଦେଖୁଥିବା ଛୋଟ ଫ୍ୟାନ୍‌ଙ୍କ ଦେହରେ ବାଜିଥିଲା । ମ୍ୟାଚ୍‌ ସରିବା ପରେ ସେ ସେହି ଷ୍ଟାଣ୍ଡକୁ ଯାଇଥିଲେ । ଛୋଟ ଫ୍ୟାନ୍‌ଙ୍କ ସହ ସମୟ ବିତାଇବା ସହିତ ସେଲ୍ପି ମଧ୍ୟ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ