ରାଜ୍ୟ

ଇତିହାସ ପୃଷ୍ଠାରୁ: ୩ ମୁଖ୍ୟମନ୍ତ୍ରୀ ପରାଜିତ

୩ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ବୀରେନ୍‌ ମିତ୍ର ଓ ସଦାଶିବ ତ୍ରିପାଠୀ ନିର୍ବାଚନରେ ପରାସ୍ତ ହୋଇଯାଇଥିଲେ। ବିଜୁ ପଟ୍ଟନାୟକ ଗୋଟିଏ ଲୋକସଭା ଓ ୪ ଗୋଟି ବିଧାନସଭାରୁ ଲଢ଼ି ସବୁଠାରେ ପରାଜିତ ହୋଇଥିଲେ। ବିଜୁବାବୁ ଭଞ୍ଜନଗର ଲୋକସଭାରେ କମୁନିଷ୍ଟ ପ୍ରାର୍ଥୀ ଦୂୂତିକୃଷ୍ଣ ପଣ୍ଡା, ଭଞ୍ଜନଗର ବିଧାନସଭାରୁ ଶାସକ କଂଗ୍ରେସ ପ୍ରାର୍ଥୀ ସୋମନାଥ ରଥ, ଚୌଦ୍ବାରରୁ ଶାସକ କଂଗ୍ରେସ ପ୍ରାର୍ଥୀ କାହ୍ନୁଚରଣ ଲେଙ୍କା, ଭୁବନେଶ୍ବରରୁ ଶାସକ କଂଗ୍ରେସ ପ୍ରାର୍ଥୀ ହରେକୃଷ୍ଣ ମହତାବ ଓ ଖୋର୍ଦ୍ଧାରୁ ଶାସକ କଂଗ୍ରେସ ପ୍ରାର୍ଥୀ ବେଣୁଧର ବଳୀୟାରସିଂହଙ୍କଠାରୁ ପରାସ୍ତ ହୋଇଥିଲେ। ବିଜୁବାବୁ ସବୁଠାରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଥିଲେ। ଉତ୍କଳ-କଂଗ୍ରେସ ପ୍ରାର୍ଥୀ ଓଡ଼ିଶାର ପ୍ରଥମ ଗ୍ରାଜୁଏଟ୍‌ ମୁଖ୍ୟମନ୍ତ୍ରୀ ବୀରେନ୍‌ ମିତ୍ର କଟକ ଲୋକସଭାରୁ ଶାସକ କଂଗ୍ରେସ ପ୍ରାର୍ଥୀ ଜାନକୀବଲ୍ଲଭ ପଟ୍ଟନାୟକ ଓ କଟକ ନଗର ବିଧାନସଭାରୁ ଶାସକ କଂଗ୍ରେସ ପ୍ରାର୍ଥୀ ଭୈରବ ଚନ୍ଦ୍ର ମହାନ୍ତିଙ୍କଠାରୁ ହାରିଗଲେ।

ସଂଗଠନ କଂଗ୍ରେସ ପ୍ରାର୍ଥୀ ସଦାଶିବ ତ୍ରିପାଠୀ ନବରଙ୍ଗପୁରରେ ସ୍ବତନ୍ତ୍ର ଦଳର ହବିବୁଲ୍ଲା ଖାଁଙ୍କଠାରୁ ପରାସ୍ତ ହେଲେ। ସଦାଶିବବାବୁ ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଉପରେ ୨ୟ ସ୍ଥାନରେ ଥିଲେ ଶାସକ କଂଗ୍ରେସର ଜଗନ୍ନାଥ ତ୍ରିପାଠୀ। ସଦାଶିବବାବୁ ପୂର୍ବରୁ କେବେ ପରାସ୍ତ ହୋଇ ନଥିଲେ। ପାକ୍‌ ସ୍ବାଧୀନତା ପୂର୍ବ ପ୍ରଥମ (୧୯୩୭) ଓ ଦ୍ବିତୀୟ (୧୯୪୬)ରେ ନବରଙ୍ଗପୁର ସ୍ବାଧୀନତା ପରେ ପ୍ରଥମ (୧୯୫୧-୫୨) ଓ ୨ୟ (୧୯୫୭)ରେ ନବରଙ୍ଗପୁର (ଦୈତ), ତୃତୀୟ ବିଧାନସଭା (୧୯୬୧)ରେ ଉମରକୋଟ ଓ ଶେଷଥର ୧୯୬୭ ନିର୍ବାଚନରେ ନବରଙ୍ଗପୁରରୁ ସେ କଂଗ୍ରେସ ପ୍ରାର୍ଥୀ ଭାବରେ ଜିଣି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ପଦପଦବୀରେ ରହିଥିଲେ। ହରେକୃଷ୍ଣ ମହତାବ ଭଦ୍ରକ ଓ ଭୁବନେଶ୍ବର, ଉତ୍କଳ କଂଗ୍ରେସ ପ୍ରାର୍ଥୀ ପ୍ରହଲ୍ଲାଦ ମଲ୍ଲିକ ରାଜନଗର ଓ ପଟ୍ଟାମୁଣ୍ଡାଇରୁ ନିର୍ବାଚନ ଜିଣିଥିଲେ। କଳାହାଣ୍ଡି ରାଜବଂଶର ବୀରକେଶରୀ ଦେଓ ସ୍ବତନ୍ତ୍ର ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭା ସଭ୍ୟ ଥାଇ ଲୋକସଭା ବିଧାନସଭା ଜିଣିଥିଲେ। ଗୋଟିଏ ସ୍ଥାନ ରଖି ଅନ୍ୟ ସ୍ଥାନରୁ ଇସ୍ତଫା ଦେବା ଯୋଗୁ ଭଦ୍ରକ, ରାଜନଗର, କୋକସରାରେ କିଛି ମାସ ପରେ ରାଉରକେଲା ସହିତ ଉପନିର୍ବାଚନ ହୋଇଥିଲା। ନୟାଗଡ଼ରୁ ନିର୍ବାଚିତ ସଭ୍ୟ ଦୁର୍ଗାମାଧବ ଦେଓଙ୍କ ପରଲୋକ ଯୋଗୁ ମଧ୍ୟ ସେଠାରେ ଉପନିର୍ବାଚ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।