ରାଜ୍ୟ ସ୍ପେଶାଲ ରିପୋର୍ଟ

ଇତିହାସ ପୃଷ୍ଠାରୁ: ଅଣକଂଗ୍ରେସର ଗଡ଼ କେନ୍ଦ୍ରାପଡ଼ା, ବିଜୁ ପଟ୍ଟନାୟକ ତିନିଥର ଜିତିଥିଲେ

ଡ. ଚିତ୍ତରଂଜନ ବେହେରା

ADVERTISEMENT

javascript:false

javascript:false

javascript:false

ଅଣକଂଗ୍ରେସର ଗଡ଼ ରହିଆସିଛି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର। ଏହି ଆସନରୁ ଥରୁଟିଏ ମାତ୍ର ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ଜାତୀୟ କଂଗ୍ରେସ ବିଜୟର ସ୍ବାଦ ଚାଖିଥିଲା। ସେଥର ନିତ୍ୟାନନ୍ଦ କାନୁନଗୋ ବିଜୟୀ ହୋଇଥିଲେ। ମାତ୍ର ଏଯାବତ୍ ସେଠାରେ ଆଉ କେବେ ବି ଜାତୀୟ କଂଗ୍ରେସ ତାର ଖାତା ଖୋଲିପାରି ନାହିଁ। ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ କେନ୍ଦ୍ରାପଡ଼ା ଏକ ନିଆରା କ୍ଷେତ୍ର ଭାବରେ ବେଶ୍ ପରିଚିତ, କାରଣ ଏଠାରେ ସର୍ବଦା ଅଣକଂଗ୍ରେସ ପ୍ରାର୍ଥୀମାନେ ବିଜୟ ବାନା ଉଡ଼ାଇବା କ୍ଷେତ୍ରରେ ସମର୍ଥ ହୋଇଛନ୍ତି। ପରବର୍ତ୍ତୀ କାଳରେ ୧୯୫୭, ୧୯୬୨ ଏବଂ ୧୯୬୭ ତିନିଟି ସାଧାରଣ ନିର୍ବାଚନରେ ପ୍ରଜା ସୋସାଲିଷ୍ଟ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ବିବେଦୀ ବିଜୟୀ ହୋଇଥିଲେ। ଦ୍ବିତୀୟ ଲୋକସଭା ନିର୍ବାଚନ ବେଳେ କଂଗ୍ରେସର ଭୈରବଚନ୍ଦ୍ର ମହାନ୍ତିଙ୍କୁ ଶ୍ରୀ ଦ୍ବିବେଦୀ ହରାଇଥିଲେ। ସେମିତି ତୃତୀୟ ସାଧାରଣ ନିର୍ବାଚନରେ ସୁରେନ୍ଦ୍ର ମହାନ୍ତିଙ୍କୁ ମାତ୍ର ୬୬ ଖଣ୍ଡ ଭୋଟ ବ୍ୟବଧାନରେ ଶ୍ରୀ ଦ୍ବିବେଦୀ ହରାଇଥିଲେ। ସେତେବେଳେ ସୁରେନ୍ଦ୍ର ମହାନ୍ତି କଂଗ୍ରେସରୁ ପ୍ରାର୍ଥୀ ହୋଇଥିଲେ।

recommended by

BRAINBERRIES

समुद्र तट पर ऐसे दृश्य से हुआ सामना कि लोगों के होश उड़ गए

और जानें

୧୯୭୧ ସାଧାରଣ ନିର୍ବାଚନରେ ଓଲଟା ସ୍ଥିତି ହୋଇଥିଲା। ମାତ୍ର ୩ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଉତ୍କଳ କଂଗ୍ରେସରୁ ସୁରେନ୍ଦ୍ର ମହାନ୍ତି, ପ୍ରଜା ସୋୀସାଲିଷ୍ଟ ପାର୍ଟିରୁ ସୁରେନ୍ଦ୍ରନାଥ ଦ୍ବିବେଦୀ ଓ ଜାତୀୟ କଂଗ୍ରେସରୁ ପ୍ରଦ୍ୟୁମ୍ନକିଶୋର ବଳ ପ୍ରାର୍ଥୀ ହୋଇଥିଲେ। ହେଲେ ସେଠାରେ ମଧ୍ୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀ ବଳଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା। ହେଲେ ସୁରେନ୍ଦ୍ର ବନାମ ସୁରେନ୍ଦ୍ରଙ୍କ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସୁରେନ୍ଦ୍ର ମହାନ୍ତି ସେଥର ୨୯୭୩ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ସେତେବେଳେ ଭୋଟର ସଂଖ୍ୟା ୬ ଲକ୍ଷ ୧୨ ହଜାର ୬୩୫ ଥିବା ବେଳେ ୬୦.୫୬ ପ୍ରତିଶତ ଅର୍ଥାତ୍ ୩ ଲକ୍ଷ ୨୩ ହଜାର ୯୮୨ ଖଣ୍ଡ ଭୋଟ୍ ପଡ଼ିଥିଲା। ସେଥିରୁ ପୁଣି ୪.୧୪ ପ୍ରତିଶତ ଅର୍ଥାତ୍ ୧୫ହଜାର ୩୬୦ ଖଣ୍ଡ ଭୋଟ୍ ନାକଚ ହୋଇଯାଇଥିଲା। ଅର୍ଥାତ୍ ୩ ଲକ୍ଷ ୫୫ ହଜାର ୬୨୨ ଖଣ୍ଡ ଭୋଟ୍ ବୈଧ ହୋଇଥିବା ବେଳେ ଦ୍ବିବେଦୀଙ୍କୁ ୧ ଲକ୍ଷ ୨୦ ହଜାର ୭୦୭ ଖଣ୍ଡ ଭୋଟ୍; ମହାନ୍ତିଙ୍କୁ ୧ଲକ୍ଷ ୨୩ ହଜାର ୬୮୦ ଖଣ୍ଡ ଭୋଟ୍ ଏବଂ ପ୍ରଦ୍ୟୁମ୍ନକିଶୋର ବଳଙ୍କୁ ୧ ଲକ୍ଷ ୧୧ ହଜାର ୨୩୫ ଖଣ୍ଡ ଭୋଟ୍ ମିଳିଥିଲା।

ସେମିତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ କେନ୍ଦ୍ରାପଡ଼ା ଆସନରୁ ଲଗାତାର ତିନିଥର ବିଜୟୀ ହେବାର ସୌଭାଗ୍ୟ ପାଇଥିଲେ। ୧୯୭୭ରେ ଜନତା ପାର୍ଟି, ୧୯୮୦ରେ ଜନତା ପାର୍ଟି(ସେକୁଲାର) ଏବଂ ୧୯୮୪ ସାଧାରଣ ନିର୍ବାଚନରେ ପୁଣି ଜନତା ପାର୍ଟିରୁ ପ୍ରାର୍ଥୀ ହୋଇ ହାଟ୍ରିକ୍ ବିଜୟ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୫ ମସିହା ଉପନିର୍ବାଚନରେ ଜନତା ଦଳରୁ ପ୍ରାର୍ଥୀ ହୋଇ ଆଳି ରାଜା ଶରତ ଦେବ ବିଜୟୀ ହୋଇଥିଲେ। ୧୯୭୭ରେ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଭାଗବତ ପ୍ରସାଦ ମହାନ୍ତିଙ୍କ ମଧ୍ୟରେ ଲଢ଼େଇ ହୋଇଥିବା ବେଳେ ବିଜୁବାବୁ ସେଥର ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ। ଭାଗବତ ପ୍ରସାଦ ମହାନ୍ତି ୧ଲକ୍ଷ ୨୧ ହଜାର ୪୯୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜୁ ପଟ୍ଟନାୟକ ୨ଲକ୍ଷ ୬୫ ହଜାର ୮୬୮ ଖଣ୍ଡ ଭୋଟ୍ ପାଇ ବିପୁଳ ବିଜୟ ହାସଲ କରିଥିଲେ। ୧୯୮୦ରେ ବିଜୁ ପଟ୍ଟନାୟକ ୧ଲକ୍ଷ ୭୭ ହଜାର୫୭୯ ଖଣ୍ଡ ଭୋଟ୍ ପାଇ ଅନ୍ୟ ତିନିଜଣ ପ୍ରାର୍ଥୀ ଗୟାଚାନ୍ଦ ଭୂୟାଁ, ସୁରେନ୍ଦ୍ରନାଥ ଦ୍ବିବେଦୀ ଓ ପ୍ରମୋଦକୁମାର ଚୌଧୁରୀଙ୍କୁ ପଛରେ ପକାଇ ଦେଇଥିଲେ। ସେମିତି ୧୯୮୪ ନିର୍ବାଚନରେ ପାଞ୍ଚଜଣ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବ ମୁଖ୍ୟମନ୍ତ୍ରୀ ଜନସାମ୍ମୁଖ୍ୟ ଦଳରୁ ପ୍ରାର୍ଥୀ ହୋଇ ୨ଲକ୍ଷ ୫୫ ହଜାର ୫୦୬ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ। ସେଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ ଭାଗବତ ପ୍ରସାଦ ମହାନ୍ତି ୨ ଲକ୍ଷ ୩୮ ହଜାର ୭୩୦ ଖଣ୍ଡ ଭୋଟ୍ ପାଇ ବିଜୁ ପଟ୍ଟନାୟକଙ୍କଠାରୁ ହାରିଥିଲେ। ପ୍ରାକ୍ତନ ବାଚସ୍ପତି ରବି ରାୟ ଏହି ଆସନରୁ ୧୯୮୯ ଓ ୧୯୯୧ରେ ଦୁଇଥର ବିଜୟୀ ହୋଇଥିଲେ। ୧୯୯୬ ମସିହାରେ ଜନତା ଦଳରୁ ଶ୍ରୀକାନ୍ତ ଜେନା ବିଜୟୀ ହେବାର ଗୌରବ ଅର୍ଜନ କରିଥିଲେ। ୧୯୯୮ ସାଧାରଣ ନିର୍ବାଚନ ପରଠାରୁ ଏ ଆସନକୁ ବିଜେଡି ନିଜ କବ୍‌ଜାରେ ରଖିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।