ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଡୋନେସିଆ ପରେ ସୋଲୋମନରେ ଭୂକମ୍ପ, ଥରିଉଠିଲା ପୂରା ଦ୍ବୀପ, ରିକ୍ଟର ସ୍କେଲରେ ତୀବ୍ରତା ୭.୦

ନୂଆଦିଲ୍ଲୀ: ଇଣ୍ଡୋନେସିଆ ପରେ ସୋଲୋମନ ଦ୍ବୀପରେ ଭୟଙ୍କର ଭୂମିକମ୍ପ । ମଙ୍ଗଳବାର ସକାଳୁ ଥରି ଉଠିଲା ସୋଲୋମନର ଭୃପୃଷ୍ଠ । ରିକ୍ଟର ସ୍ଲେଲରେ ତୀବ୍ରତା ରହିଛି ୭.୦ ରହିଛି । ଏହାକୁ ସୋଲୋମନ ଦ୍ବୀପରେ ସବୁଠାରୁ ବଡ଼ ଭୂମିକମ୍ପ ବୋଲି କୁହାଯାଇଛି । ଭୂକମ୍ପ ପରେ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ ଭୂମିକମ୍ପ ପରେ ସୁନାମୀ ସତର୍କତା ଦିଆଯାଇଛି ।

ଆମେରିକାର ଭୂ-ବିଜ୍ଞାନ ସର୍ବେକ୍ଷଣ ସଂସ୍ଥାର ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ସକାଳ ୭ଟା ୩୩ ମିନିଟରେ ସୋଲୋମନ ଦ୍ବୀପରେ ଭୂମିକମ୍ପ ଝଟକା ଲଗିଥିଲା । ଭୂମିକମ୍ପରେ ଥରି ଉଠିଥିଲା ପୂରା ଦ୍ବୀପ । ରିକ୍ଟର ସ୍କେଲରେ ଏହାର ତିବ୍ରତା ୭.୦ ରହିଛି । ଭୂମିକମ୍ପରେ ପରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କ ସୂଚନା ଦିଆଯାଇଛି । ଲୋକଙ୍କୁ ଉଚ୍ଚ ସ୍ଥାନକୁ ଚାଲି ଯିବାକୁ କୁହାଯାଇଛି । ଭୟଙ୍କର ଭୂମିକମ୍ପ ପରେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ ଲୋକ । ତେବେ ଏଥିରେ କ୍ଷୟକ୍ଷତି ରିପୋର୍ଟ ଏଯାଏଁ ମିଳିପାରିନାହିଁ ।

ସୋମବାର ଇଣ୍ଡୋନେସିଆ ଭୂମିକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୫.୫ ରେକର୍ଡ କରାଯାଇଥିଲା । ଜାଭା ଭୂକମ୍ପରେ ୧୬୨ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଆହତଙ୍କୁ ଉଦ୍ଧାର କରି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି ।…

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ