ରାଜ୍ୟ

ଇଣ୍ଡିଆ ମେଣ୍ଟର ଓଡ଼ିଶା ଶାଖା ବୈଠକ: ୧୭ ଦଳ ସାମିଲ

ଭୁବନେଶ୍ୱର: କଂଗ୍ରେସ ସମେତ ରାଜ୍ୟର ୧୭ଟି ସମଭାବାପନ୍ନ ରାଜନୈତିକ ଦଳ (ବିଜେଡି ଓ ବିଜେପି ବ୍ୟତୀତ)ର ମୁଖ୍ୟମାନଙ୍କର ଏକ ବୈଠକ ଆଜି ରାଜ୍ୟ ଅତିଥି ଭବନରେ ଅନୁଷ୍ଠିତ ହୋଇଯାଇଛି। ପିସିସି ସଭାପତି ଶରତ ପଟ୍ଟନାୟକ ଏଥିରେ ସଭାପତିତ୍ବ କରିଥିଲେ। ବୈଠକରେ ନବନିଯୁକ୍ତ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଯୋଗଦେଇଥିଲେ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆସନ ବୁଝାମଣା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ପିସିସି ସଭାପତି ଶ୍ରୀ ପଟ୍ଟନାୟକ(ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖା ଅଧ୍ୟକ୍ଷ), ପ୍ରସାଦ ହରିଚନ୍ଦନ(ଇଣ୍ଡିଆ ମେଣ୍ଟ ଓଡ଼ିଶା ଶାଖା ଆବାହକ) ଓ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ନେଇ ଏକ ତିନିଜଣିଆ କମିଟି ସର୍ବସମ୍ମତିକ୍ରମେ ଗଠନ କରାଯାଇଛି। ଉକ୍ତ କମିଟି ଅନ୍ୟ ରାଜନୈତିକ ଦଳ ସହ ଏ ସମ୍ପର୍କରେ ଆସନ୍ତା ନିର୍ବାଚନ ପାଇଁ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିବେ। ଆସନ୍ତା ୧୭ ତାରିଖରୁ ଇଣ୍ଡିଆ ମେଣ୍ଟର ସମସ୍ତ ନେତୃବୃନ୍ଦ ବସ ଯାତ୍ରା ମାଧ୍ୟମରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଗସ୍ତ କରି ପ୍ରତ୍ୟେକ ଜିଲ୍ଲାରେ ଏବଂ ବ୍ଲକରେ ମିଳିତ ଭାବରେ ସଭାସମିତି କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଗଲା। ଉଭୟ ବିଜେଡି ଓ ବିଜେପିର ଜନମାରଣ ନୀତି ଓ ନିଷ୍ପତ୍ତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯିବ।

ଏହି ବୈଠକରେ କଂଗ୍ରେସ ପକ୍ଷରୁ ଜୟଦେବ ଜେନା, ସିପିଏମ୍‌ର ଜନାର୍ଦ୍ଦନ ପତି, ଅଳିକିଶୋର ପଟ୍ଟନାୟକ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଞ୍ଜଳି ସୋରେନ, ଦିଗମ୍ବର ନାୟକ, ସିପିଆଇର ସନ୍ତୋଷ ମିଶ୍ର, ସମାଜବାଦୀ ପାର୍ଟିର ସଭାପତି ରବି ବେହେରା, ଏନ୍‌ସିପିର ବିକ୍ରମ ସ୍ୱାଇଁ, ସିପିଆଇଏମଏଲ୍‌ର ଅଶୋକ ପ୍ରଧାନ, ସିପିଆଇଏମଏଲ୍‌ ୟୁନାଇଟେଡ୍‌ର ଯୁଧିଷ୍ଠିର ମହାପାତ୍ର, କ୍ରାନ୍ତିଦଳର ପ୍ରଭାସ ସାମନ୍ତରାୟ, ଜେଡିୟୁର ସରୋଜ କୁମାର ପୃଷ୍ଟି, ଚନ୍ଦ୍ରମଣି ନାୟକ, ଆର୍‌ଜେଡିର ହରିଶ ମହାପାତ୍ର, ଆପ୍‌ର ସୌମ୍ୟରଞ୍ଜନ ସ୍ୱାଇଁ ଓ ଶିବାଜୀ ମୌଳିକ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।