ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

‘ଇଣ୍ଡିଆନ୍‌ ଆଇଡଲ’ରେ ବାଲେଶ୍ୱରର ପ୍ରଭୁପାଦ ମହାନ୍ତି, ‘ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ଗୀତ ଗାଇ ଜିଣିଲେ ମନ

ମୁମ୍ବାଇ ୧୫।୦୯ : ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ୧୩ତମ ସିଜିନ୍‌ ଆରମ୍ଭ ହୋଇଛି । ଏଥିରେ ନଜର ଆସିବେ ବାଲେଶ୍ୱରର ଯୁବ କଣ୍ଠଶିଳ୍ପୀ ପ୍ରଭୁପାଦ ମହାନ୍ତି । ଏନେଇ ସୋନି ଟିଭି ପକ୍ଷରୁ ପ୍ରମୋ ଚାଲିବା ପରେ ବାଲେଶ୍ୱରବାସୀଙ୍କ ଭିତରେ ଆନନ୍ଦ ଖେଳିଯାଇଛି ।

ତେବେ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ପ୍ରଭୁପାଦ ବାଲେଶ୍ୱର ସମେତ ତମାମ ରାଜ୍ୟରେ ବେଶ୍‌ ଜଣାଶୁଣା । ପୂର୍ବରୁ ସର୍ବଭାରତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିଥିଲେ । ୨୦୧୪ରେ ଜୁନିୟର ‘ସାରେ-ଗାମା-ପା’ରେ ଅଂଶ ଗ୍ରହଣ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଚଳିତ ବର୍ଷ ସେ ‘ଇଣ୍ଡିଆନ ଆଇଡଲ୍‌’ରେ ଅଂଶଗ୍ରହଣ କରିଛନ୍ତି । କୋଲକାତାରେ ହୋଇଥିବା ଅଡିସନ୍‌ରେ ସେ ଅଂଶଗ୍ରହଣ କରି ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ । ପରେ ମୁମ୍ବାଇ ପ୍ରାଇମ୍‌ ଫୋକସ ଫିଲ୍ମ ସିଟିରୁ ତାଙ୍କୁ ଡାକରା ଆସିଥିଲା । ସେ ସେଠାକୁ ଯାଇ ସଂଗୀତ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ବିଚାରକ ଭାବେ ଥିଲେ ଭାରତର ଲୋକପ୍ରିୟ କଣ୍ଠଶିଳ୍ପୀ ହିମେସ ରଶମିୟା, ନେହା କକ୍କର, ବିଶାଳ ଦଦ୍‌ଲାନି । ଏଥିରେ ପ୍ରଭୁ ଦବଙ୍ଗର ‘ତୁନେ ତ ପଲ ଭର ମେ ଚୋରି କିୟାରେ ଜିଆ’ ସଂଗୀତ ଗାଇଥିଲେ । ଏହି ଗୀତକୁ ତିନିଜଣ ଯାକ ବିଚାରପତି ବହୁତ ପ୍ରଶଂସା କରିଥିଲେ । ତେବେ ପ୍ରଭୁଙ୍କର ଏହି ସୋ’ ଆସନ୍ତା ଶନିବାର କିମ୍ବା ରବିବାର ଟେଲିଭିଜନରେ ପ୍ରସାରଣ କରାଯିବ । ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ପକ୍ଷରୁ ‘ଇଣ୍ଡିଆନ୍‌ ଆଇଡଲ’ର ଏହି ଛୋଟ ବିଜ୍ଞାପନ ଦେଖିବା ପରେ ପ୍ରଭୁଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ମିଳୁଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ