ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଇଣ୍ଟର ଲକିଂ ସମ୍ପୂର୍ଣ୍ଣ ରେଳ ବିଭାଗ ଦ୍ବାରା ନିୟନ୍ତ୍ରିତ: ମନ୍ତ୍ରାଳୟ

ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଂ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ରେଳବାଇ ଦ୍ବାରା ନିୟନ୍ତ୍ରିତ। ଏହାର ଆଉଟସୋର୍ସିଂ ହୋଇନଥାଏ। ଯେଉଁ ରୁଟ୍‌ରେ ଏହାର ଆବଶ୍ୟକତା ହୋଇଥାଏ ସେଠାରେ ଇଣ୍ଟର ଲକିଂ ବ୍ୟବସ୍ଥା କରାଯାଇଥାଏ। ସମସ୍ତ ରୁଟ‌‌୍‌ରେ ଏହାର ବ୍ୟବସ୍ଥା ନଥାଏ। ଏହାର ଠିକା ଘ‌ରୋଇ ସଂସ୍ଥାକୁ ଦିଆ ଯାଇନଥାଏ। ହେଲେ ଇଣ୍ଟର ଲକିଂ ସମ୍ବନ୍ଧୀୟ ସଫ୍ଟୱେର୍‌ ତଥା ସିଗ୍‌ନାଲ ସଂବନ୍ଧିତ ଉପକରଣ ଘରୋଇ କଂପାନିମାନଙ୍କ ଠାରୁ ଟେଣ୍ଡର ଜରିଆରେ ହାସଲ ହୋଇଥାଏ। ‘ସମ୍ବାଦ’ ସହ ଆଲୋଚନା ବେଳେ ରେଳ ମନ୍ତ୍ରାଳୟର ଜ‌ଣେ ବରିଷ୍ଠ ଅଧିକାରୀ ଏହି ସୂଚନା ‌ଦେଇଛନ୍ତି।
ଇଲେକ୍ଟ୍ରୋନିକ୍ସ ଇଣ୍ଟରଲକିଂ ଓ ପଏଣ୍ଟ ମେସିନ୍‌ରେ ପରିବର୍ତ୍ତନ ଯୋଗୁଁ ରେଳ ଦୁର୍ଘଟଣା ହୋଇଛି ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଗତ ରବିବାର ଦିନ କହିଥିଲେ। ଏହା ପରେ ଇଣ୍ଟରଲକିଂ ସିଷ୍ଟମ୍‌ର ବ୍ୟବହାର ଓ ଏହାର ସ୍ଥାପନ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅଧିକାରୀ ଜଣକ କହିଛନ୍ତି ଯେ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ ସିଷ୍ଟମ ଦ୍ବାରା ଟ୍ରେନର ଟ୍ରାକ୍‌ ପରିଚାଳନା କରାଯାଇଥାଏ। ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବ୍ୟବସ୍ଥା। ଭାରତୀୟ ରେଲପଥର ଏକ ଲକ୍ଷ ୨୦ ହଜାର କିମି ନେଟୱାର୍କରେ ଏହା ନିରାପଦ ଯାତ୍ରାକୁ ସୁନିଶ୍ଚିତ କରିଥାଏ। ଏହି ସିଷ୍ଟମ କେବଳ ଭାରତରେ ନୁହେଁ ବିଶ୍ବବ୍ୟାପୀ ବ୍ୟବହାର କରାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ