@PoonamPanditIND ନାମ୍ନୀ ଜଣେ ଅଭିନେତ୍ରୀଙ୍କ ଏହି ଫଟୋଟିକୁ ପୋଷ୍ଟ କରି କ୍ବାମର ନାମକ ଜଣେ ମୁସଲମାନ ବ୍ୟକ୍ତି ‘ୟେ ପୁନମ ପଣ୍ଡିତ ହୈ ନା?’ ବୋଲି ପ୍ରଶ୍ନ କରିବାରୁ ପୁନମ ଉତ୍ତରରେ ଲେଖିଛନ୍ତି, ‘ଆଜ୍ଞା ହଁ, ମୁଁ ହିଁ ଅଟେ, ଆପଣଙ୍କର କିଛି ଆପତ୍ତି?’ କିଛି ଲୋକ ପୁନମଙ୍କୁ ସମର୍ଥନ କରି ଲେଖିଲେ, କାହାର ଧର୍ମବିଶ୍ବାସ ଓ ଆସ୍ଥାକୁ ନେଇ ଅନ୍ୟମାନେ କିଛି କହିବା ଉଚିତ ନୁହେଁ। ବାସ୍ ତାପରେ ଆରମ୍ଭ ହୋଇଗଲା ତୁ-ତୁ-ମେ-ମେ, ଏପରିକି ଇଣ୍ଟରନେଟ୍ରେ କିଛିକାଳ ପାଇଁ ସାମ୍ପ୍ରଦାୟିକ ଉତ୍ତେଜନା। ଅଶ୍ରାବ୍ୟ ଭାଷାରେ ପରସ୍ପର ପ୍ରତି ଗାଳିଗୁଲଜ ଚାଲିଲା। ଅତ୍ୟନ୍ତ ଆପତ୍ତିଜନକ ଫଟୋ/ଭିଡିଓ ମଧ୍ୟ ଅପ୍ଲୋଡ୍ ହୋଇଥିବା ଦେଖିବାକୁ ମିଳିଛି। (ଲେଖକର ମତରେ ସାଂପ୍ରଦାୟିକ ବିଭେଦ ସୃଷ୍ଟି କରୁଥିବା ଏପରି ପୋଷ୍ଟକୁ ହଟାଇବା ପାଇଁ ଆମ ଦେଶରେ ସାଇବର ବ୍ୟବସ୍ଥା ରହିବା ଉଚିତ)
ଇଣ୍ଟରନେଟ୍ରେ ଅଙ୍କୁଶ ରହୁ