ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡି ଖୋଲିବ ରାଜ୍‌, ମଙ୍ଗଳବାରଠୁ ସାତ ଦିନିଆ ରିମାଣ୍ଡରେ ଅର୍ଚ୍ଚନା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ୱର ୦୬।୧୨: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲାରେ ଏବେ ଆରମ୍ଭ ହେବ ଅସଲି ଖେଳ । ପଦାକୁ ଆସିବ ନେତାଙ୍କ କାରନାମା । କାରଣ ଅର୍ଚ୍ଚନାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାରଠାରୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରିବ । ଏହି ରିମାଣ୍ଡ ସମୟରେ ଶ୍ରଦ୍ଧାଞ୍ଜଳି-ଅକ୍ଷୟ ପରିଜା-ପ୍ରମୋଦ ସ୍ଵାଇଁଙ୍କୁ ମୁହାଁମୁହିଁ ଜେରା କରିପାରେ ଇଡି ।

ସୂଚନାଯୋଗ୍ୟ ଯେ, ସୋମବାର ଅର୍ଚ୍ଚନା କୋର୍ଟରୁ ଜେଲ୍‌ ଯିବା ସମୟରେ ଗଣମାଧ୍ୟମ ଆଗରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି, ମୋତେ କିଛି କହିବାକୁ ସୁଯୋଗ ଦିଆଯାଉନାହିଁ । ପୁଲିସ୍‌ ମୋ ମୁହଁ ବନ୍ଦ କରି କୋର୍ଟ ଚାଲାଣ କରିଛି । ମୁଁ ଚାହୁଁଛି ମାମଲାର ସିବିଆଇ ତଦନ୍ତ ହେଲେ ସବୁ କଥା ବାହାରିବ । ସିବିଆଇକୁ ମୁଁ ସବୁ କଥା କହିବି । ମୋତେ ଏକତରଫା ଭାବେ ଗିରଫ କରାଯାଇଛି ବୋଲି ସେ କହିଛନ୍ତି ।

ସେହିପରି ୧୩ ଘଣ୍ଟା ଜେରା ପରେ ED କାର୍ଯ୍ୟାଳୟରୁ ବାହାରିଥିଲେ ପବିତ୍ର ପାତ୍ର । ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗଙ୍କ ସତ୍ୟ ବିହାରରେ ଥିବା ଆଲିସାନ ବଙ୍ଗଳାର ନିର୍ମାଣ କାର୍ଯ୍ୟ କରିଥିଲେ ପବିତ୍ର । ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ପବିତ୍ରଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଜାଣିବାକୁ ପାଇଥିଲା ED । ତେଣୁ ପବିତ୍ର ପାତ୍ରଙ୍କୁ ଡାକି ଜେରା କରିଥିଲା । ଅନ୍ୟ ପଟେ ED ମାଗିଥିବା ସମସ୍ତ ତଥ୍ୟ ଦେଇଛି ବୋଲି କହିଛନ୍ତି ପବିତ୍ର ପାତ୍ର ।.
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।