ରାଜ୍ୟ ସ୍ପେଶାଲ ରିପୋର୍ଟ

ଇଡି କରୁଛି ଖୋଳତାଡ଼, ଅର୍ଚ୍ଚନା ନାଗ ମାମଲାରେ ଆଗକୁ କାହା ପାଳି ?

ଭୁବନେଶ୍ୱର ୨୪।୧୧ : ଖୋଲୁଛି ନାଗ ପେଡି । ଫଶୁଛନ୍ତି ବଡ଼ ବଡ଼ ଚେହେରା । ଫିଲ୍ମ ପ୍ରଯୋଜକ, କାର୍‌ ସୋରୁମ୍‌ ମାଲିକ, ସହଯୋଗୀଙ୍କୁ ଜେରା ସରିଲାଣି । ଏବେ ଆଗକୁ କାହା ପାଳି ? ରାଜନେତା ନା ବ୍ୟବସାୟୀ ନା ଓକିଲ ନା ଆଉ କିଏ । ତାହା ଦେଖିବାକୁ ବାକି ରହିଲା ।

ଖବର ଅନୁଯାୟୀ, ଝାରପଡ଼ା ଜେଲ୍‌ରେ ଅଛନ୍ତି ଅର୍ଚ୍ଚନା ନାଗ । ବାହାରେ ଇଡି କରୁଛି ଖୋଳତାଡ଼ । ଯେବେଠୁ ଅର୍ଚ୍ଚନା ନାଗଙ୍କ ଆର୍ଥିକ କାରବାର ନେଇ ଛାନ୍‌ଭିନ୍‌ କରୁଛି ଇଡି । ସେବେଠୁ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହିକ୍ରମରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା, ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳୀ, ଖଗେଶ୍ୱର, କାର୍‌ ସୋରୁମ୍‌ ମାଲିକଙ୍କୁ ଜେରା କରିସାରିଲାଣି ଇଡି । ସମସ୍ତଙ୍କ ଦୀର୍ଘ ସମୟ ଧରି ପଚରାଉଚରା କରିଛି ଇଡି । ହେଲେ ଏଠି କଥା ଆସୁଛି ଯେ, ଆଗକୁ କାହାକୁ ଯିବ ଇଡିର ସମନ । କିଏ ହାଜର ହେବ ଇଡି ଅଫିସର । କିଛି ରାଜନେତା ଓ ବିଶିଷ୍ଠ ବ୍ୟକ୍ତି ଇଡିରେ ହାଜର ହୋଇପାରନ୍ତି ।

ତେବେ ଜେରା ହୋଇଥିବା ଲୋକମାନେ ଅର୍ଚ୍ଚନାଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥିବା ସୂଚନା ମିଳିଛି । ଯାହାକୁ ଆଧାର କରି ପରବର୍ତ୍ତୀ ତାଲିକା ପ୍ରସ୍ତୁତ କରୁଛି ଇଡି । ଖୁବଶୀଘ୍ର ସେମାନଙ୍କ ପାଖକୁ ଯିବ ଇଡିର ନୋଟିସ୍‌ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।