ଖେଳ

ଇଞ୍ଜିନିୟରରୁ କ୍ରିକେଟର: ସବୁଠୁ ଅଧିକ ବିଶ୍ବକପ୍‌ ଖେଳିଥିବା ଭାରତୀୟ ବୋଲରଙ୍କ ଆଜି ଜନ୍ମଦିନ

ନୂଆଦିଲ୍ଲୀ ୩୧/୦୮: ପଢ଼ା ଏବଂ ଖେଳ ମଧ୍ୟରେ ସଂଯୋଗ ପ୍ରାୟ କମ ଦେଖିବାକୁ ମିଳେ। କିନ୍ତୁ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଉଚ୍ଚଶିକ୍ଷା କରିବା ପରେ ଖେଳରେ ନିଜର କ୍ୟାରିୟର କରିଛନ୍ତି। ଏମିତି ଜଣେ ଖେଳାଳି ହେଉଛନ୍ତି ଜଭାଗଲ ଶ୍ରୀନଥ । ଯିଏ ପ୍ରଥମେ ଇଞ୍ଜିନିୟରିଂ କରିଥିଲେ ଏବଂ ପରେ କ୍ରିକେଟ ମୈଦାନରେ ଅନେକ ରେକର୍ଡ ନିଜ ନାଁ​‌ରେ କରିଛନ୍ତି । ମହୀଶୂର ଏକ୍ସପ୍ରେସରେ ଫେମସ୍‌ ଶ୍ରୀନଥ ସବୁଠୁ ଅଧିକ ବିଶ୍ବକପ ଖେଳିଥିବା ଭାରତୀୟ ବୋଲର ଭାବେ ମଧ୍ୟ ରେକର୍ଡ କରିଛନ୍ତି ।

ଜଭାଗଲ ଶ୍ରୀନଥ ୩୧ ଅଗଷ୍ଟ ୧୯୬୯​‌​‌ରେ କର୍ଣ୍ଣାଟକର ମହୀଶୂର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ସେ ପ୍ରଥମେ ଇନଷ୍ଟ୍ରୁମେଣ୍ଟ ଇଞ୍ଜିନିୟରିଂରେ ଡିଗ୍ରି କରିବା ପରେ କ୍ରିକେଟ ମୈଦାନରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଶ୍ରୀନଥ ନିଜ କ୍ୟାରିୟରରେ ସବୁଠୁ ଅଧିକ ବିଶ୍ବକପ୍‌ ଖେଳିଥିବା ଭରୀତୀୟ ବୋଲର । ସେ ୧୯୯୨,୧୯୯୬, ୧୯୯୯ ଏବଂ ୨୦୦୩ରେ ୫୦-୫୦ ଓ୍ବାର୍ଲଡ୍‌ କପ୍‌ ଟିମ୍‌ରେ ଖେଳିଥିଲେ ।

ବିଶ୍ବକପ୍‌ରେ ଶ୍ରୀନଥ ମୋଟ ୩୪ଟି ମ୍ୟାଚ୍‌ ଖେଳିଥିଲେ। ତାଙ୍କ ଆଗରେ ସଚିନ ତେନ୍ଦୁଲକର ରହିଛନ୍ତି। ଯିଏକି ଭାରତ ପାଇଁ ୪୫ଟି ଓ୍ବାର୍ଲଡ୍‌ କପ୍‌ ମ୍ୟାଚ୍‌ ଖେଳିଛନ୍ତି। କିନ୍ତୁ ଭାରତୀୟ ବୋଲର ଭାବେ ଶ୍ରୀନଥଙ୍କ ନାଁରେ ଏହି ରେକର୍ଡ ରହିଛି । ସେ ବିଶ୍ବକପ୍‌ରେ ୪୪ଟି ଓ୍ବିକେଟ୍‌ ନେଇଥିଲେ ।

୨୦୦୨ରେ ସନ୍ନ୍ୟାସ ନେବାକୁ ମନସ୍ଥ କରିଥିବା ଶ୍ରୀନଥ ସୌରୁଭ ଗାଙ୍ଗୁଲିଙ୍କ ପରାମର୍ଶ କ୍ରମେ ୨୦୦୩ ବିଶ୍ବକପ୍‌ ଖେଳିଥିଲେ। ଏଥି​‌ରେ ସେ ଅଧିକ ଓ୍ବିକେଟ ମଧ୍ୟ ନେଇଥିଲେ। ଶ୍ରୀନଥ ନିଜ କ୍ୟାରିୟରରେ ୬୭ ଟେଷ୍ଟ ଏବଂ ୨୨୯ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୩୬ ଏବଂ ଦିନିକିଆରେ ମୋଟ ୩୧୫ ଓ୍ବିକେଟ ନେଇଛନ୍ତି। ଏହା ବ୍ୟତୀତ ଫାଷ୍ଟ କ୍ଲାସ୍‌ କ୍ରିକେଟରେ ୫୩୩ ଓ୍ବିକେଟ ନେଇଛନ୍ତି ଜଭାଗଲ ଶ୍ରୀନଥ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ