ଦେଶ ବିଦେଶ ସ୍ୱାସ୍ଥ୍ୟ

ଇଂଲଣ୍ଡ୍‌ରେ ନୂଆ କରୋନାଭାଇରସ୍‌: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ସରକାର ସତର୍କ ଅଛନ୍ତି, ଭୟ କରିବା ଅନାବଶ୍ୟକ

ନୂଆଦିଲ୍ଲୀ: ଇଂଲଣ୍ଡ୍‌ର ନୂତନ ଗୁଣସୂତ୍ରଧାରୀ କରୋନାଭାଇରସ୍‌ ସଂକ୍ରମଣ ବିଷୟରେ ସରକାର ସତର୍କ ଥିବାରୁ ଭୟଭୀତ ହେବା ଅନାବଶ୍ୟକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ସୋମବାର ଦିନ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାଭାଇରସ୍‌ ମହାମାରୀ ବିରୋଧରେ ସଂଗ୍ରାମ ଭାରତର ଆତ୍ମନିର୍ଭରତାର ଏକ ଦୃଷ୍ଟାନ୍ତ।
ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ଯୋଗୁଁ ଭାରତ ଅଧିକାଂଶ କ୍ଷେତ୍ରରେ ଶ୍ରେଷ୍ଠ ୧୦ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି।

‘ଇଣ୍ଡିଆ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସାଇନ୍‌ସ୍‌ ଫେଷ୍ଟିଭାଲ୍‌-୨୦୨୦’ (ଆଇଆଇଏସ୍‌ଏଫ୍‌ ୨୦୨୦) ଉଦ୍‌ଘାଟନୀ ସାମ୍ବାଦିକ ସମ୍ମିଳନୀରେ ବର୍ଦ୍ଧନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ବିଶ୍ୱ ବିଖ୍ୟାତ ଭାରତୀୟ ଗାଣିତିକ ଶ୍ରୀନିବାସ ରାମାନୁଜନଙ୍କ ଜନ୍ମଦିନ ଡିସେମ୍ବର ୨୨ ତାରିଖରେ ଆରମ୍ଭ ହେଉଥିବା ଭର୍ଚୁଆଲ୍‌ ‘ଆଇଆଇଏସ୍‌ଏଫ୍‌ ୨୦୨୦’ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଡିସେମ୍ବର ୨୫ରେ ଶେଷ ହେବ। ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଆୟୋଜିତ ଏହି ବୃହତ୍ତମ ବିଜ୍ଞାନ ଉତ୍ସବର ଏବର୍ଷର ମୁଖ୍ୟ ବିଷୟବସ୍ତୁ ହେଉଛି: ଆତ୍ମନିର୍ଭର ଭାରତ ଏବଂ ବୈଶ୍ୱିକ କଲ୍ୟାଣ ନିମନ୍ତେ ବିଜ୍ଞାନ।

ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ‘ଆଇଆଇଏସ୍‌ଏଫ୍‌ ୨୦୨୦’ରେ ଉଦ୍‌ଘାଟନୀ ଅଭିଭାଷଣ ପ୍ରଦାନ କରିବେ। ଏଥିରେ ହର୍ଷ ବର୍ଦ୍ଧନ ମଧ୍ୟ ଉପସ୍ଥିତ ରହିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ