ଅପରାଧ ରାଜ୍ୟ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ପୁନର୍ବାର ଗିରଫ ହେଲେ ବ୍ଲକ୍‌ ଆକାଉଣ୍ଟ୍‌ସ ଅଫିସର

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ଆକାଉଣ୍ଟସ୍ ଅଫିସ ରାଜେନ୍ଦ୍ର ଦାଶ ଭିଜିଲାନ୍ସ ଦ୍ବାରା ପୁଣି ଥରେ ଗିରଫ ହୋଇଛନ୍ତି। ଶ୍ରୀ ଦାଶ ପ୍ରଥମେ ଗତ ଜୁନ୍‌ ୨୭ ତାରିଖରେ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ। ପୁଣି ୨୧ ଦିନ ପରେ ଅର୍ଥାତ୍‌ ଆଜି (ମଙ୍ଗଳବାର) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର ୮ଟି କୋଠା, ୩ଟି ପ୍ଲଟ୍‌ ସହ ୧ କୋଟି ୭୦ ଲକ୍ଷ ଟଙ୍କାର ବ୍ୟାଙ୍କ ଡିପୋଜିଟ ଥିବା ଓ ଠୁଳ ସମ୍ପତ୍ତିର ଆନୁମାନିକ ମୂଲ୍ୟ ୮ କୋଟି ୪ ଲକ୍ଷ ୬୪ ହଜାର ୬୪୫ ଟଙ୍କା ହେବ ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ରିଆମାଳ ବ୍ଲକ ଟିଙ୍କବିର ଗ୍ରାମର ବିଜୟ ନାୟକ ଏକ ଅଙ୍ଗନୱାଡ଼ି ଘର ନିର୍ମାଣ କରିଥିଲେ।

ସେ ବାବଦ ୨ ଲକ୍ଷ ଟଙ୍କା ବିଲ ପେମେଣ୍ଟ ପାଇଁ ସେ ବ୍ଲକ୍‌ ଅଫିସ୍‌ରେ ଆବେଦନ କରିଥିଲେ। ଏଥିପାଇଁ ଆକାଉଣ୍ଟସ୍‌ ଅଫିସର ଶ୍ରୀ ଦାଶ ୬୦୦୦ ଟଙ୍କା ଲାଞ୍ଚ ମାଗିବାରୁ ବିଜୟ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଗତ ୨୭ ତାରିଖ ବିଜୟଙ୍କ ଠାରୁ ୬ ହଜାର ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ। ମାମଲା ଚାଲିଥିବା ବେଳେ ଗତ ୭ ତାରିଖ ଦିନ ସେ ଜାମିନରେ ବାହାରିଥିଲେ। ତେବେ ପରବର୍ତ୍ତୀ ସମୟରେ ଭିଜିଲାନ୍ସ ବିଭାଗ ତାଙ୍କ ସମ୍ପତ୍ତି ନେଇ ତଦନ୍ତ ଆରମ୍ଭ କରିଥିଲା। ତାଙ୍କର ୮ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଥିବା ଜଣାପଡ଼ିଥିବାବେଳେ ସେ ସମ୍ପର୍କରେ ଶ୍ରୀ ଦାଶ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ବିଭାଗ ମଙ୍ଗଳବାର ତାଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେସ୍‌ ନମ୍ବର ୧୭ରେ ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।