ମୁମ୍ବାଇ ୦୬।୦୬ : ବଲିଉଡର ଜଣା ଶୁଣା ଗ୍ଲାମରସ ଅଭିନେତ୍ରୀ ଦିଶା ପାଟାନି। ତାଙ୍କ ସୁନ୍ଦରତା ଓ ଅଭିନୟ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସ ଫଲୋର୍ସ ଅଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଚଳଚ୍ଚିତ୍ର ଜଗତରେ ପାଦ ଦେବା ଦିନରୁ ତାଙ୍କ ନାଁ ସବୁବେଳେ ଟାଇଗର ଶ୍ରଫଙ୍କ ସହ ଜୋଡି ହୋଇ ରହିଛି । ଉଭୟ ସେମାନଙ୍କର ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ସମୟ ସମୟରେ ସେମାନେ ନିଶ୍ଚିତ ଭାବରେ ଏକତ୍ର ନଜର ଆସିଥାନ୍ତି । ଦିଶା ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ ପରିବାର ସହିତ ଅତି ଘନିଷ୍ଠ ସମ୍ପର୍କ ରହିଛି ।
ସେ ପ୍ରତିଦିନ ଟାଇଗରଙ୍କ ପରିବାର ଏବଂ ମାତା ଆୟେଶା ଶ୍ରଫଙ୍କ ବିଶେଷ ଫଟୋ ଏବଂ ଭିଡିଓ ସେୟାର କରିଥା’ନ୍ତି । ଏହି ସମୟରେ ଦିଶା ପୁଣି ଥରେ ନିଜ ଇନଷ୍ଟାଗ୍ରାମରେ ଟାଇଗରଙ୍କ ମା ପାଇଁ ଏକ ଖାସ୍ ନୋଟ୍ ଲେଖିଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
କହିବାକୁ ଗଲେ ଆୟେଶା ଶ୍ରଫ୍ ୫ ଜୁନ୍ରେ ତାଙ୍କର ୬୨ ତମ ଜନ୍ମଦିନ ପାଳନ କରିଥିଲେ । ଏହି ବିଶେଷ ଦିନରେ ବଲିଉଡ ତାରକାଙ୍କ ସମେତ ତାଙ୍କ ପରିବାର ଏବଂ ପ୍ରଶଂସକମାନେ ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। କିନ୍ତୁ ସମସ୍ତଙ୍କ ଆଖି ଦିଶା ପାଟନିଙ୍କ ପୋଷ୍ଟ ଉପରେ ରହିଥିଲା । ତାହାକୁ ନେଇ ସବୁଆଡେ ଚର୍ଚ୍ଚା ଲାଗି ରହିଛି । ଦିଶା ଆୟେଶାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା । ତୁମେ ସବୁଠାରୁ ସୁନ୍ଦର ଓ ଚମତ୍କାର ବ୍ୟକ୍ତି । ବିନା ସର୍ତ୍ତରେ ଏତେ ପ୍ରେମ ବର୍ଷା କରିଥିବାରୁ ଧନ୍ୟବାଦ, ଆଇ ଲଭ ୟୁ…
କହିବାକୁ ଗଲେ ଟାଇଗର-ଦିଶା ବି-ଟାଉନର ସିକ୍ରେଟ୍ କପଲ୍ ଭାବେ ପ୍ରସିଦ୍ଧ। ଦୁହିଁଙ୍କ ଫିଟନେସ୍ ବିଷୟରେ ଖୁବ୍ ଚର୍ଚ୍ଚା ଲାଗି ରହିଥାଏ। ଏହି ସମୟରେ, ଦୁହେଁ ସୋସିଆଲ ମିଡିଆରେ ଖୁବ୍ଆକ୍ଟିଭ୍ ଥାନ୍ତି।