ଖେଳ ଦେଶ ବିଦେଶ

ଆୟାର୍ଲାଣ୍ଡ ବିପକ୍ଷ ସିରିଜରେ ମିଳିଲାନି ସୁଯୋଗ, ଟ୍ୱିଟରରେ ନିରାଶା ବ୍ୟକ୍ତ କଲେ ଏହି ଷ୍ଟାର୍ ବ୍ୟାଟର୍

ନୂଆଦିଲ୍ଲୀ ୧୬/୦୬: ଆୟାର୍ଲାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଏହି ସିରିଜରେ ଦଳର ନେତୃତ୍ୱ ନେବେ ହାର୍ଦ୍ଦିକ ପାଣ୍ଡ୍ୟା । ୧୭ ସଦସ୍ୟ ବିଶିଷ୍ଟ ଟିମରେ ଯୁବ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ରାହୁଲ ତ୍ରିପାଠୀଙ୍କୁ ପ୍ରଥମ ଥର ପାଇଁ ଟିମରେ ସ୍ଥାନ ମିଳିଛି । ସେହିପରି ସଞ୍ଜୁ ସାମସନ୍ ଓ ସୂର୍ଯ୍ୟକୁମାର ଯାଦବ ଦଳକୁ ଫେରିଛନ୍ତି ।

ତେବେ ଏପରି କିଛି ଖେଳାଳି ଅଛନ୍ତି, ଯେଉଁମାନଙ୍କୁ ଦଳରେ ସ୍ଥାନ ମିଳିନି । ଏହି ତାଲିକାରେ ରାହୁଲ ତେଓ୍ୱାତିଆ ରହିଛନ୍ତି । ସେ ଆଇପିଏଲ ୨୦୨୨ରେ ଗୁଜୁରାଟ ଟାଇଟନ୍ସ ପକ୍ଷରୁ ଦମଦାର ଖେଳ ପ୍ରଦର୍ଶନ କରିଥିଲେ । ଗୁଜୁରାଟକୁ ଚାମ୍ପିଅନ କରିବାରେ ତେଓ୍ୱାତିଆଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେବେ ଆୟାର୍ଲାଣ୍ଡ ଗସ୍ତରେ ତାଙ୍କୁ ସୁଯୋଗ ନମିଳିବାରୁ ସେ ନିରାଶ ହୋଇଛନ୍ତି ।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଆଶାରେ ଆଘାତ ଲାଗିଛି । ଅର୍ଥାତ ଯାହା ଆଶା ଥିଲା ତାହା ମଳୀନ ପଡିଯାଇଛି ।

ସୂଚନାଯୋଗ୍ୟ, ସେ ଗୁଜୁରାଟ ପକ୍ଷରୁ ଆଇପିଏଲରେ ଫିନିଶର ରୋଲ୍ ନିଭାଇଥିଲେ । ୧୬ଟି ମ୍ୟାଚରୁ ସେ ୧୪୭.୬୨ ଆଭରେଜରେ ୨୧୭ ରନ୍ କରିଥିଲେ । ଏପରିକି ପଞ୍ଜାବ କିଙ୍ଗସ୍ ବିପକ୍ଷ ଏକ ମ୍ୟାଚରେ ଶେଷ ଦୁଇ ବଲରେ ଦୁଇଟି ଛକା ଲଗାଇ ସେ ଦଳକୁ ବିଜୟୀ କରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ