ରାଜ୍ୟ

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ

ସୁନ୍ଦରଗଡ଼: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢଉ ଚାଲିଥିବାର ଖବର ମିଳିଛି।
ସେ ବର୍ତ୍ତମାନ ହେମଗିରି ଅଞ୍ଚଳ ପାଇଁ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଦାୟିତ୍ଵରେ ଥିଲେ। ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଅଫିସ , ଲେଫ୍ରିପଡ଼ା ଅଫିସ ଓ ସରକାରୀ ବାସଭବନ, ସୁନ୍ଦରଗଡ଼ର କେନ୍ଦୁପଡ଼ାରେ ଥିବା ଭଡ଼ା ଘର, ଭଦ୍ରକ ବନ୍ତରେ ଥିବା ପୈତୃକ ଘର, ଭଦ୍ରକ ସିନ୍ଦୋଳରେ ଥିବା ଶ୍ବଶୁର ଘର ଓ ବନ୍ତ ଛକରେ ଥିବା ତାଙ୍କ ଘରେ ଏକକାଳୀନ ଚଢଉ କରୁଛି ଭିଜିଲାନ୍ସ। ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢଉ ଚାଲିଛି।

ଭିଜିଲାନ୍ସ ଚଢଉରେ ସାତଟି ଟିମ୍  ସାମିଲ ରହିଥିବା ବେଳେ ୪ ଡିଏସପି, ୧୦ ଇନ୍ସପେକ୍ଟର, ୪ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି । ସକାଳୁ ଚଢାଉ ଆରମ୍ଭ ହୋଇଥିବା ବେଳେ ସମ୍ପତ୍ତି କେତେ ପରିମାଣର ରହିଛି, ତାହା ଜଣା ଡ଼ିନାହିଁ । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।