ରାଜ୍ୟ ସ୍ପେଶାଲ ରିପୋର୍ଟ

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗ: ଇଡକଲ୍ ଡେପୁଟି ମ୍ୟାନେଜରଙ୍କ ଘରେ ପଶିଲା ଭିଜିଲାନ୍ସ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଇଡକଲ୍ ଡେପୁଟି ମ୍ୟାନେଜର ଗୟା ସାନ୍ତରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଇଡକଲ୍ ଅମ୍ପାଭାଲି ଲାଇମ୍ ଷ୍ଟୋନ ମାଇନ୍ସ ଡେପୁଟି ମ୍ୟାନେଜର ଗୟା ସାନ୍ତରାଙ୍କ ଘର ସମେତ ଏକକାଳୀନ ୭ଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଚଢ଼ାଉ କରୁଥିବାର ଖବର ମିଳିଛି। ଭୁବନେଶ୍ୱର, କୋରାପୁଟ, ରାୟଗଡ଼ା ଓ ନୟାଗଡ଼ ସମେତ ୭ଟି ସ୍ଥାନରେ ଚଢ଼ାଉ ଚାଲିଛି।

ସୂଚନା ଅନୁଯାୟୀ, ରାଜଧାନୀର ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟରେ ଜୋନ୍ ଡିସେକ୍ଟର-ଏରେ ଥିବା ତିନି ମହଲା କୋଠା, ଭୁବନେଶ୍ୱରର ଜୟଦେବ ବିହାରରେ ନିର୍ମାଣାଧୀନ ଚାରିମହଲା କୋଠା, କୋରାପୁଟ ଜିଲ୍ଲାସୁଙ୍କି ଗେଟରେ ଅବସ୍ଥିତ ଭଡ଼ା ଘର, କୋରାପୁଟର ଅମ୍ପାଭାଲି-ସିମାଗୋଡାଠାରେ ଅଫିସ୍ ଚାମ୍ବର,ପ୍ଲଟ୍ ନଂ ୬୩ / ଏ, ସେକ୍ଟର-ଏ, ଜୋନ୍-ଡି, ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ଉପରେ ଅବସ୍ଥିତ ଗ୍ଲୋବାଲ୍ ଇଞ୍ଜିନିୟର୍ସର ବ୍ୟବସାୟ ପରିସର, ନୟାଗଡ଼ର ଓଡ଼ଗାଁ ଥାନା ପାଟନା ସାହି, ପୈତୃକ ଘର ଏବଂ ରାୟଗଡ଼ାର ମୁନିଗୁଡ଼ା ପାଇକ ଛକରେ ଥିବା ଶଶୁର ଘର ଆଦିଠାରେ ଏହି ଚଢ଼ାଉ ଜାରି ରହିଛି।

ଏହି ଚଢ଼ାଉରେ ୭ ଡିଏସପି, ୪ ଜଣ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର ଏବଂ ୭ ଜଣ ଏଏସଆଇ ଏବଂ ଅନ୍ୟ କର୍ମଚାରୀମାନେ ନିୟୋଜିତ ଅଛନ୍ତି | ଏନେଇ ପରବର୍ତ୍ତୀ ରିପୋର୍ଟକୁ ଅପେକ୍ଷା କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।