ରାଜ୍ୟ ସ୍ପେଶାଲ ରିପୋର୍ଟ

ଆହୁରି ୩ ଦିନ ଆକାଶରୁ ହେବ ଅଗ୍ନିବର୍ଷା, ଜାରି ରହିବ ଗୁଳୁଗୁଳି

ଭୁବନେଶ୍ୱର: ଆହୁରି ୩ ଦିନ ଆକାଶରୁ ବର୍ଷିବ ଅଗ୍ନିବର୍ଷା। ମେ ୧ ତାରିଖ ପର୍ଯ୍ୟନ୍ତ ପାଗରେ ହେବନି ବିଶେଷ ପରିବର୍ତ୍ତନ। ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ସେପଟେ ଆଗାମୀ ୨୪ ଘଣ୍ଟା ପାଇଁ ସିଭିୟର ହିଟ ୱେଭ୍ ଜାରି କରିଛି ପାଣିପାଗ ବିଭାଗ। ଏନେଇ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି, ୫ ତାରଖରେ ପାଗରେ ପରିବର୍ତ୍ତନ ହୋଇପାରେ। ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ରେଡ ଆଲର୍ଟ ରହିଛି। ୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨-୩ ଡ଼ିଗ୍ରି କମିବ। ଆଜି ଏବଂ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ହିଟ ୱେବ ସ୍ଥିତି ଜାରି ରହିବ।

ଆଜି ଟ୍ଵିନ ସିଟି ଭୁବନେଶ୍ୱର ଓ କଟକକୁ ଆଜି ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମୟୁରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ପାଇଁ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ଲଗାତାର ୧୬ ଦିନ ଧରି ହିଟ ୱେଭ୍ ସହ ଗ୍ରୀଷ୍ମପ୍ରବାହ ଜାରି ରହିଛି। ୪୦ ରୁ ୮୦% ପ୍ରତିଶତ ହୁମିଡ଼ିଟି ରହୁଛି। ଭୁବନେଶ୍ୱରରେ ୫୦ ପ୍ରତିଶତ ହୁମିଡ଼ିଟି ରହୁଛି। ପିକ ସମୟ ଦିନ ୧୧ ଟାରୁ ୩ଟା ମଧ୍ୟରେ ବାହାରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ। ଖରାରେ ବାହାରକୁ ଗଲେ ଓଦା ଗାମୁଛା, ପାଣି ବୋତଲ ସହ ଛତାର ବ୍ୟବହାର କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ବିଶେଷ କରି ବୃଦ୍ଧା, ଗର୍ଭବତୀ ମହିଳା, ଶିଶୁଙ୍କୁ ବାହାରକୁ ପିକ ସମୟରେ ଖରାରେ ବାହାରକୁ ବାହାରିବାକୁ ବାରଣ କରିଛି ପାଣିପାଗ ବିଭାଗ ।

ଗତକାଲି ସର୍ବୋଚ୍ଚ ଦିନ ତାପମାତ୍ରା ବାରିପଦାରେ ୪୪.୮ ଦିଗ୍ରି ରେକର୍ଡ କରାଯାଇଛି। ୪୪ ଡ଼ିଗ୍ରି ଉପରେ ୪ ସହର ଥିବା ବେଳେ ୨୮ ସହର ତାପମାତ୍ରା ୪୧ ଡ଼ିଗ୍ରୀ ଉପରେ ରେକର୍ଡ ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।