ରାଜ୍ୟ ସ୍ପେଶାଲ ରିପୋର୍ଟ

ଆହୁରି ୧୩ ଜଣ ମାଓବାଦୀଙ୍କୁ ଖୋଜୁଛି ଏନଆଇଏ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ପକ୍ଷରୁ ଏବେ ଆହୁରି ୧୩ ଜଣ ଦୁର୍ଦାନ୍ତ ମାଓବାଦୀଙ୍କୁ ଖୋଜା ଚାଲିଛି। ଏଥିପାଇଁ ଏନ୍‌ଆଇଏର ଦୁଇଟି ଟିମ୍ କୋରାପୁଟ ଓ ମାଲାକାନଗିରି ଜିଲ୍ଲାରେ ଡେରା ପକାଇଛି। ଏହି ମାଓବାଦୀମାନଙ୍କୁ ଖୋଜାଖୋଜି କରିବା ଓ ତଦନ୍ତରେ ସହଯୋଗ କରୁଛନ୍ତି ଓଡ଼ିଶା ପୁଲିସର ବଛା ବଛା କେତେକ ଗୁଇନ୍ଦା ଅଫିସର। ଅନ୍ୟପଟେ ଗତ ମାସ ୨୪ ତାରିଖରେ ମାଲକାନଗିରିରୁ ଗିରଫ ହୋଇଥିବା ରଞ୍ଜୁଖିଲ ଓରଫ ଚାଣ୍ଟିକୁ ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ବର ଝାରପଡ଼ା ସ୍ବତନ୍ତ୍ର ଜେଲକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଅଣାଯାଇଛି। ଏନଆଇଏ ପକ୍ଷରୁ ଭୁବନେଶ୍ବର କୋର୍ଟରେ ୧୫ ଜଣ ଦୁର୍ଦାନ୍ତ ମାଓବାଦୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ। ଏନଆଇଏ ଏହି ଘଟଣାରେ ଗତ ବର୍ଷ ମାଓନେତା ଦୁବାସୀ ଶଙ୍କରକୁ ଗିରଫ କରିଥିଲା। ସେ ମଧ୍ୟ ଏବେ ଝାରପଡ଼ା ଜେଲରେ।

ଓଡ଼ିଶା ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୧୫ ଜଣ ଦୁର୍ଦାନ୍ତ ମାଓବାଦୀ ୨୦୧୨ ମସିହା ଫେବ୍ରୁଆରି ମାସ ୧୦ ତାରିଖରେ ମାଲାକାନଗିରି ଜିଲ୍ଲା ଚିତ୍ରକୁଣ୍ଡା ନିକଟରେ ବିଏସଏଫ୍ ଟ୍ରୁପ୍ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ସଂପୃକ୍ତ ଅଛନ୍ତି। ଏଥିରେ ବିଏସ୍ଏଫର କମାଣ୍ଡାଣ୍ଟ ଜେଆର ଖସନ, ସେକେଣ୍ଡ ଇନ୍ କମାଣ୍ଡାଣ୍ଟ୍‌ ରାଜେଶ ସରନ, ଇନ୍ସପେକ୍ଟର ଅଶୋକ ଯାଦବ, ଆସିଷ୍ଟାଣ୍ଟ୍ ସବ- ଇନ୍‌ସପେକ୍ଟର ଜିତେନ୍ଦ୍ର କୁମାରଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ତଦନ୍ତ ଭାର ଏନଆଇଏକୁ ଦିଆଯାଇଥିଲା।

ଗତ ମାସରେ ଏନଆଇଏ ପକ୍ଷରୁ ୪ ଜଣ ଦୁର୍ଦାନ୍ତ ମାଓବାଦୀ ଗଜରାଲା ରବି ଓରଫ୍ ଉଦୟ, ଜାମୁଲୁରୀ ଶ୍ରୀନୁ, ଜଗା ରାଓ ଓରଫ ଟେକ ଶଙ୍କର, ରଞ୍ଜୁଖିଲ ଓରଫ ଚାଣ୍ଟିର ଫଟୋ ପୋଷ୍ଟର ସହ ପୁରସ୍କାର ରାଶି ଟଙ୍କା କୋ‌ରାପୁଟ ବସଷ୍ଟାଣ୍ଡରେ ମରାଯାଇଥିଲା। ପୋଷ୍ଟର ମରାଯିବାର ୩ ଦିନ ପରେ ଏନଆଇଏ ରଞ୍ଜୁଖିଲ ଓରଫ ଚାଣ୍ଟିକୁ ମାଲାକାନଗିରିରୁ ଗିରଫ କରିଥିଲା। ଏନେଇ ମାମଲା ରୁଜୁ ହେବା ପରେ ୨୦୧୫ ମସିହାରେ ପ୍ରଥମେ ଭୁବନେଶ୍ବର ଏନଆଇଏ କୋର୍ଟରେ ପ୍ରାଥମିକ ଅଭିଯୋଗପତ୍ର ବା ଚାର୍ଜସିଟ୍ ଦାଖଲ କରାଯାଇଥିଲା। ଚଳିତ ବର୍ଷ ପ୍ରଥମ ସପ୍ତାହରେ ଯେଉଁ ଅତିରିକ୍ତ ଚାର୍ଜସିଟ ଦାଖଲ କରାଯାଇଛି, ସେଥିରେ ୧୫ ଜଣଙ୍କ ନାଁ ରହିଛି। ସେଥିରେ ଦେବ ମାଡ଼ି, ମୁକା ସୋଧି ଭଳି ଦୁର୍ଦାନ୍ତ ମାଓବାଦୀ ପ୍ରମୁଖ ଅଛନ୍ତି। ଏନଆଇଏ ଏହି ଘଟଣାର ତଦନ୍ତ ଜାରି ରଖିଛି ବୋଲି ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।