ଖେଳ ଦେଶ ବିଦେଶ

ଆହତ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ମାର୍ସ କରିବେ ଓପନିଂ ! ଭାରତ ବିପକ୍ଷ ଟେଷ୍ଟ୍ ମ୍ୟାଚ୍ ପୂର୍ବରୁ ଏମିତି କହିଲେ ଅଷ୍ଟ୍ରେଲିଆ କୋଚ୍

ସିଡନୀ, ୧୨|୧୨: ଭାରତ ବିପକ୍ଷରେ ଆଡିଲେଡରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବ ଅଷ୍ଟ୍ରେଲିଆ । ଡିସେମ୍ବର ୧୭ ତାରିଖରୁ ସିରିଜର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ । ଟେଷ୍ଟ୍ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଦମଦାର ବ୍ୟାଟସମ୍ୟାନ୍ ସନ୍ ମାର୍ସ ଓପନିଂ କରିପାରନ୍ତି ବୋଲି କହିଛନ୍ତି ଦଳର କୋଚ୍ ଜଷ୍ଟିନ୍ ଲାଙ୍ଗର୍ ।

ଦଳର ପ୍ରମୁଖ ବ୍ୟାଟସମ୍ୟାନ୍ ଡେଭିଡ୍ ଓ୍ୱାର୍ଣ୍ଣର ଆହତ ହୋଇଛନ୍ତି । ତେଣୁ ସେ ପ୍ରଥମ ଟେଷ୍ଟ ଖେଳୁ ନାହାଁନ୍ତି । ଫଳରେ ଦଳର ଓପନିଂ କିଏ କରିବ ତାକୁ ନେଇ ଚିନ୍ତା ବଢିଥିଲା । ଏହାକୁ ନେଇ ଦଳରେ ଅନେକ ବିଚାରବିମର୍ଶ ମଧ୍ୟ ହୋଇଛି ।

୩୭ ବର୍ଷୀୟ ମାର୍ସ ଅଷ୍ଟ୍ରେଲିଆ ପାଇଁ ଜୁନ ୨୦୧୯ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଚ ମ୍ୟାଚ୍ ଖେଳିଥିଲେ । ଏହାସହ ଗତ ବର୍ଷ ସିଡନୀରେ ସେ ଭାରତ ବିପକ୍ଷରେ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ ।

ଲାଙ୍ଗର୍ କହିଛନ୍ତି ଯେ, ବୟସ ଅଧିକ ପାଇଁ କାହା ସହ ପକ୍ଷପାତିତା କରାଯିବ ନାହିଁ । ମାର୍ସ ନିଜକୁ ପ୍ରମାଣିତ କରିବା ପାଇଁ ଯଥାସମ୍ଭବ ପ୍ରୟାସ କରୁଛନ୍ତି । ସୋଫିଲ୍ଡ ସିଲ୍ଡରେ ସେ ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ତେଣୁ ସେ ଓପନିଂ କରିପାରନ୍ତି ।

ମାର୍ସ ସୋଫିଲ୍ଡ ସିଲ୍ଡରେ ୪ଟି ମ୍ୟାଚରୁ ତିନୋଟି ଶତକ ଲଗାଇଥିଲେ । ଆଡିଲେଡରେ ହେବାକୁ ଥିବା ଟେଷ୍ଟ୍ ମ୍ୟାଚ ପିଙ୍କ ବଲରେ ଖେଳାଯିବ । ଉଭୟ ଦଳ ଚାରୋଟି ଟେଷ୍ଟ୍ ମ୍ୟାଚ୍ ଖେଳିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ