ଖେଳ ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଆହତରୁ ମୁକୁଳି ଜନ୍ମଦିନ ପାଳିଲେ ଜାଦେଜା

ଆଡିଲେଡ୍: ମସ୍ତିଷ୍କାଘାତ ଏବଂ ମାଂସପେଶୀ ଜନିତ ଆଘାତ ପାଇଥିବା ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ସୁସ୍ଥ ହୋଇଯାଇଛନ୍ତି। ଆହତରୁ ମୁକୁଳିବା ପରେ ସେ ମଙ୍ଗଳବାର ଭାରତୀୟ ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ ଅବସରରେ ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ବାଉଁସର ଜାଦେଜାଙ୍କ ମୁଣ୍ଡରେ ବାଜିଥିଲା। ଫଳରେ ମସ୍ତିଷ୍କାଘାତ ଯୋଗୁଁ ଜାଦେଜା ଶେଷ ଦୁଇ ଟି-୨୦ ମ୍ୟାଚ୍‌ରୁ ବଞ୍ଚିତ ହୋଇଥିଲେ। ହେଲେ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ସେ ସୁସ୍ଥ ହୋଇଯାଇଛନ୍ତି। ସୁସ୍ଥ ହୋଇ ସେ ମଙ୍ଗଳବାର ଫେରିବା ମାତ୍ରେ ଦଳ ପକ୍ଷରୁ ତାଙ୍କ ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା। ଜାଦେଜାଙ୍କ ସହିତ କୁଲ୍‌ଦୀପ ଯାଦବ ଏବଂ ବୋଲିଂ ପ୍ରଶିକ୍ଷକ ଭରତ ଅରୁଣଙ୍କ ଜନ୍ମଦିନ ମଧ୍ୟ ପାଳନ କରାଯାଇଥିଲା। ଜାଦେଜା ଚଳିତ ମାସ ୬ ତାରିଖରେ ୩୨ ବର୍ଷରେ ପଦାର୍ପଣ କରିଥିଲା ବେଳେ ଉଭୟ କୁଲ୍‌ଦୀପ ଓ ଅରୁଣଙ୍କ ଜନ୍ମଦିନ ୧୪ ତାରିଖରେ ପଡ଼ିଥିଲା। ଏହି ତିନି ଜଣ ମଙ୍ଗଳବାର ଏକାଠି ଭିନ୍ନ ଭିନ୍ନ ତିନିଟି କେକ୍‌ କାଟି ଜନ୍ମଦିନ ପାଳିଥିଲା ବେଳେ ସାଥୀ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ମାନେ ସେମାନଙ୍କୁ ଉତ୍ସାହିତ କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ