କଳା ଓ ସଂସ୍କୃତି ଧର୍ମ

ଆସୁଛି ଆଉ ଏକ ଚନ୍ଦ୍ର ଗ୍ରହଣ: ଭୁଲରେ ବି କରନ୍ତୁନି ଏହିସବୁ କାମ

ଭୁବନେଶ୍ୱର ୦୯/୧୧ : ହିନ୍ଦୁ ପାଞ୍ଜି ଅନୁସାରେ ନଭେମ୍ବର ୩୦ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବ। ଏହା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯୋଗୁଁ ଏହାର ମହତ୍ତ୍ୱ ରହିଛି। ଏହି ଚନ୍ଦ୍ର ଗ୍ରହଣରେ କିଛି କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କିଛି ଭାଗରେ ଦେଖାଦେବ।

ଗ୍ରହଣ ସମୟରେ ସୂତକ ସମୟକୁ ଅଶୁଭ ବୋଲି କୁହାଯାଏ। ଯେତେବେଳେ ପୂର୍ଣ୍ଣ ଗ୍ରହଣ ଲାଗିଥାଏ ସେତେବେଳେ ସୂତକ ସମୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ। ଏହି ସମୟରେ ସବୁ ନିୟମ ପାଳନ କରିବା ଉଚିତ। ଗ୍ରହଣ ଲାଗିବାର ୯ ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୋଇଥାଏ। ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ, ପୂଜାପାଠ ଆଦି କରାଯାଏ ନାହିଁ।

ନଭେମ୍ବର ୩୦ ତାରିଖରେ ବର୍ଷର ଶେଷ ଚନ୍ଦ୍ର ଗ୍ରହଣକୁ ଏକ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି। ଉପଛାୟା ଗ୍ରହଣ ହୋଇଥିବାରୁ ଏଥିରେ ସୂତକ ସମୟ ରହିବ ନାହିଁ। କିନ୍ତୁ କିଛି ମାମଲାରେ ସୂତକ ସମୟରେ ନିୟମ ପାଳନ କରିବାକୁ କୁହାଯାଇଥାଏ। କିନ୍ତୁ ଉପଛାୟା ଚନ୍ଦ୍ର ଗ୍ରହଣରେ ସୂତକ ନିୟମ ପାଳନ କରିବା ଅନିବାର୍ଯ୍ୟ ନୁହେଁ।

ଚନ୍ଦ୍ର ଗ୍ରହଣ ତିଥି ଓ ସମୟ–

ଗ୍ରହଣ ଆରମ୍ଭ ସମୟ- ନଭେମ୍ବର ୩୦ ତାରିଖ ଅପରାହ୍ନ ୧.୦୪ ମିନିଟ

ଗ୍ରହଣ ମଧ୍ୟକାଳ- ଅପରାହ୍ନ ୩ଟା ୧୩ ମିନିଟ

ଗ୍ରହଣ ସମାପ୍ତ- ସନ୍ଧ୍ୟା ୫ଟା ୨୨ ମିନିଟ

ଗ୍ରହଣ ସମୟରେ କରନ୍ତୁନି ଏହିସବୁ କାମ–

ଚନ୍ଦ୍ର ଗ୍ରହଣ ସମୟରେ କିଛି ନିର୍ଦ୍ଦିଷ୍ଟ କାମ ନ କରିବାକୁ ବାରଣ କରାଯାଇଥାଏ। ଗ୍ରହଣ ସମୟରେ ଗର୍ଭବତୀ ମହିଳା ଭୋଜନ କରିବା ଉଚିତ ନୁହେଁ। ଏହି ସମୟରେ ଗର୍ଭବତୀ ମହିଳା ଘରୁ ବାହାରକୁ ବାହାରିବା ମନା। ଏହି ସମୟରେ କୌଣସି ଯାତ୍ରା ମଧ୍ୟ କରିବା ଉଚିତ ନୁହେଁ।

ଗ୍ରହଣ ସମୟରେ ଏହିସବୁ ଦିଗ ପ୍ରତି ଦୃଷ୍ଟି ଦେବା ଉଚିତ–

ଚନ୍ଦ୍ର ଗ୍ରହଣ ସମୟରେ ଭଗବାନଙ୍କୁ ସ୍ମରଣ କରିବା ଉଚିତ। ଗ୍ରହଣ ସମୟରେ ଚନ୍ଦ୍ରମା ପୀଡିତ ଥାଆନ୍ତି। ସେଥିପାଇଁ ଗ୍ରହଣ ସମୟରେ ଏହିଭଳି ଉର୍ଜା ବାହାରିଥାଏ ଯାହା ଭୁଲ ପ୍ରଭାବ ପକାଇଥାଏ। ସେଥିପାଇଁ ଏହି ସମୟରେ ଘରେ ରହିବା ଉଚିତ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ