ଦେଶ ବିଦେଶ ମନୋରଞ୍ଜନ

ଆସୁଛି ଅର୍ଚ୍ଚିତାଙ୍କ ‘ଦୁର୍ଗତିନାଶିନୀ’

ପ୍ରତି ଥର ଭଳି ଏଥର ବି ଜୀ ସାର୍ଥକ ନେଇଆସିଛି ମନୋରଞ୍ଜନର ନୂଆ ପସରା। ‘ଜୀ ସାର୍ଥକ ସୁପରଷ୍ଟାର୍ ସୁପର୍ ସିନେମା’ର ତୃତୀୟ ଅବଦାନ ‘ଦୁର୍ଗତିନାଶିନୀ’ ଖୁବ୍‌ ଶୀଘ୍ର ପରଦାକୁ ଆସିବ। ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଟେଲିଭିଜନ୍‌ରେ ଏହାର ପ୍ରିମିୟର୍‌ ପ୍ରସାରିତ ହେବ। ଏକ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ଅକ୍ଷୟ ପରିଜାଙ୍କ ଦ୍ବାରା ନିର୍ମିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରାଜା ଡି। ପାପର ଭାର ଅଧିକ ହେଲେ ଅଧର୍ମ ଉପରେ ଧର୍ମର ଜୟ ପାଇଁ ଧରାପୃଷ୍ଠରେ ଅବତରଣ କରନ୍ତି ‘ଦୁର୍ଗତିନାଶିନୀ’। ଏମିତି ଏକ କାହାଣୀକୁ ନେଇ ଅକ୍ଷୟ ପରିଜା ପ୍ରଡକ୍ସନ୍‌ ନିର୍ମାଣ କରିଛି ଏହି ଚଳଚ୍ଚିତ୍ର। ମୁଖ୍ୟ ଭୂମିକାରେ ରହିଛନ୍ତି ଓଲିଉଡ୍‌ର ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ। ଅର୍ଚ୍ଚିତା ଏଥିରେ ଜଣେ ଦକ୍ଷ ପୁଲିସ୍‌ ଅଫିସର ଭୂମିକାରେ ନଜର ଆସିବେ। ପ୍ରାୟ ୭ ବର୍ଷ ପରେ ପୁଣି ଥରେ ପୁଲିସ୍‌ ପୋଷାକରେ ଫେରିଛନ୍ତି ଅର୍ଚ୍ଚିତା। ଏନେଇ ସେ ବେଶ୍‌ ଖୁସିଥିବା ଜଣାପଡ଼ିଛି। ଅକ୍ଷୟ ପରିଜା ପ୍ରଡକ୍ସନ ପୂର୍ବରୁ ବାବୁସାନ ଓ ଅର୍ଚ୍ଚିତାଙ୍କୁ ନେଇ ବିଗ୍‌ବ ଜେଟ୍‌ ଚଳଚ୍ଚିତ୍ର ‘ଥୁକୁଲ୍‌’ କରିଥିଲା। ଏହି ପ୍ରଡକ୍ସନ୍‌ ସହ ଏହା ହେଉଛି ଅର୍ଚ୍ଚିତାଙ୍କ ଦ୍ୱିତୀୟ ଚଳଚ୍ଚିତ୍ର। ଚଳଚ୍ଚିତ୍ରରେ ଅର୍ଚ୍ଚିତା ଆଇପିଏସ୍‌ ଅଫିସର୍‌ ନିତ୍ୟା ଦାଶ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ବେଳେ ତାଙ୍କ ସହ ଅଭିନେତ୍ରୀ ସୋମା ଭୌମିକ୍‌, ଅଭିନେତା ପାର୍ଥ ଜୀବନ ପଣ୍ଡା ଓ ରାଜୀବ ମହାନ୍ତି ଅଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ