ମନୋରଞ୍ଜନ ରାଜ୍ୟ

ଆସୁଛି ଅନୁପମ୍‌ଙ୍କ ନୂଆ ସିନେମା, ନଜର ଆସିବେ ସିଦ୍ଧାନ୍ତ ମହାପାତ୍ର

ନୂଆଦିଲ୍ଲୀ ୧୭।୦୮: ଖୁବ୍‌ଶୀଘ୍ର ଆସିବାକୁ ଯାଉଛି ପ୍ରତିଭାବାନ ପ୍ରଯୋଜକ ତଥା ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ଓଡ଼ିଆ ସିନେମା । ଯାହାର ନାଁ ଏଯାଏଁ ଘୋଷଣା ହୋଇନି । କିନ୍ତୁ ଏତିକି ଜଣାପଡ଼ିଛି ଯେ, ସିନେମାଟିର କାହାଣୀ ବିଶିଷ୍ଟ କଥାକାର ଡ. ଗୌରହରି ଦାସଙ୍କ ଏକ କ୍ଷୁଦ୍ର ଗଳ୍ପରୁ ଉଦ୍ଧାର କରାଯାଇଛି । ଏହାର ରଚନା ରୋଶନ ବିଶୋଇ କରିଛନ୍ତି। ପ୍ରଯୋଜନା ଏବଂ ନିର୍ଦ୍ଦେଶନା ଭାର ଅନୁପମ ସମ୍ଭାଳିଛନ୍ତି। ଏଥିରେ ସଙ୍ଗୀତ ଦେଇଛନ୍ତି ଆଶିଷ ଓ ଅଙ୍କେଶ। ସମ୍ପାଦନା କରିଛନ୍ତି ସ୍ୱର୍ଗତ ଦେବେନ ମିଶ୍ର।

ସିନେମାଟୋଗ୍ରାଫିରେ ଦୀପକ କୁମାର ତାଙ୍କ ଦକ୍ଷତା ପରଖିଛନ୍ତି । ସିନେମାର ମୁଖ୍ୟ ଭୂମିକାରେ ଦୀପନ୍ୱିତ ଦାଶ ମହାପାତ୍ର, ବର୍ଷା ପଟ୍ଟନାୟକ, ସିଦ୍ଧାନ୍ତ ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ରୋଶନ ବିଶୋଇ, ଦୀପକ ଉପାଧ୍ୟାୟ, ଶ୍ରୀଲା ତ୍ରିପାଠୀ, ଅବକାଶ ମିଶ୍ର ଓ ଅନ୍ୟମାନେ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି । ଖୁବ୍‌ଶୀଘ୍ର ସିନେମାର ଶୀର୍ଷକ ଘୋଷଣା ସାଙ୍ଗକୁ ପୋଷ୍ଟର୍‌ ରିଲିଜ୍‌ ହେବାକୁ ଯାଉଛି ।

ନିକଟରେ ମୁକ୍ତିଲାଭ କରିଥିବା ୱେବ୍‌ସିରିଜ୍‌ ‘ଗ୍ୟାଙ୍ଗସ୍‌ ଅଫ୍‌ ପୁରୀ’ ପାଇଁ ଅନୁପମ ଚର୍ଚ୍ଚାରେ ଥିଲାବେଳେ ଏହି ସିନେମାରେ ଆଉ କ’ଣ ନୂଆ ଦେଖିବାକୁ ମିଳିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ପୂର୍ବରୁ ‘ରାତି ସରି ସରି ଯାଉଛି’ ଏବଂ ‘ତୁଳସୀ ଅପା’ ଭଳି ଓଡିଆ ମୌଳିକ କାହାଣୀ ଭେଟି ଦେଇଥିବା ଅନୁପମଙ୍କଠୁ ଦର୍ଶକ ବହୁତ କିଛି ଆଶା ରଖିଥିଲାବେଳେ ଏ ସିନେମା ଏକ ମାଇଲ୍‌ଷ୍ଟୋନ୍‌ ହେବ ବୋଲି ସେ ଆଶାବାଦୀ ଅଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ