ଅପରାଧ ରାଜ୍ୟ

ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଦୁଷ୍କର୍ମ ମାମଲା: ବନ୍ଧା ହେଲା ପୁରୁଷବନ୍ଧୁ

ଭୁବନେଶ୍ବର: ଏକ ଘରୋଇ ଇଂଜିନିୟରିଂ କଲେଜର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ହୋଟେଲରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ପୁରୁଷବନ୍ଧୁକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗତକାଲିଠାରୁ ଛତିଶଗଡ଼ କବୀରନଗର ଥାନା ପୁଲିସ ଅଟକ ରଖିଥିବା ଅଭିଯୁକ୍ତ ଓମେଶ ସୁଧାକରକୁ ଆଜି ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି। ଆସନ୍ତାକାଲି ପୁଲିସ ତାକୁ ଧରି ଭୁବନେଶ୍ବରରେ ପହଞ୍ଚିବା ପରେ କୋର୍ଟ ଚାଲାଣ କରାଯିବ।

ପ୍ରକାଶ ଥାଉ କି ଉଭୟ ଓମେଶ ଓ ପୀଡ଼ିତା‌ ଏକାଠି ଛତିଶଗଡ଼ର ଏକ ଇଂଜିନିୟରିଂ କଲେଜରେ ବିଟେକ୍‌ ପଢ଼ୁଥିଲେ। ୭ ମାସ ତଳେ ଯୁବତୀ ଜଣଙ୍କ ଖଣ୍ଡଗିରି ଅଞ୍ଚଳରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଯୋଗଦେଇଥିଲେ। ତେଣୁ ସେ ଭୁବନେଶ୍ବରରେ ରହୁଥିଲେ ଓ ତାଙ୍କ ପୁରୁଷବନ୍ଧୁ ସୁଧାକର ନିୟମିତ ବ୍ୟବଧାନରେ ଯୁବତୀଙ୍କୁ ଭୁବନେଶ୍ବର ଆସି ଭେଟୁଥିଲେ। ତେବେ ଏବେ ଯୁବତୀଙ୍କ ଅଭିଯୋଗ ଅନୁସାରେ ଗତ ଡିସେମ୍ବର ମାସରେ ସୁଧାକର ଭୁବନେଶ୍ବର ଆସି ଖଣ୍ଡଗିରିସ୍ଥିତ ଏକ ହୋଟେଲ୍‌ରେ ରହିଥିଲେ ଓ ତାଙ୍କୁ ସେଠାକୁ ଡାକିଥିଲେ। ଏହି ସାକ୍ଷାତ ସମୟରେ ସୁଧାକର ଚା’ରେ ନିଶା ଦେଇ ତାଙ୍କୁ ଦୁଷ୍କର୍ମ କରିଥିଲା। ସେତେବେଳେ ସେ ଏକଥା ଜାଣିପାରିନଥିଲେ। କିନ୍ତୁ ପରେ ସୁଧାକର ସେହି ଦୁଷ୍କର୍ମ ସମୟର ଭିଡିଓ ଦେଖାଇ ବ୍ଲାକ୍‌ମେଲ୍‌ କରିଥିଲେ ଓ ପ୍ରତିବଦଳରେ ଟଙ୍କା‌ ଦାବି କରିଥିଲେ। ସେ ଫୋନ୍‌ ପେ’ ମାଧ୍ୟମରେ ଏକ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ସୁଧାକର ଅଧିକ ଟଙ୍କା ଦାବି କରି ବ୍ଲାକ୍‌ମେଲ୍‌ କରିବା ବନ୍ଦ କରିନଥିଲା। ତେଣୁ ବାଧ୍ୟ ହୋଇ ପୀଡ଼ିତା ଛତିଶଗଡ଼ କବିରନଗର ଥାନା ଓ ଭୁବନେଶ୍ବର ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।