ଦେଶ ବିଦେଶ ସ୍ୱାସ୍ଥ୍ୟ

ଆସିବ କରୋନାର ଆଉ ୪ ଭାରିଆଣ୍ଟ୍ ! ଦେଖାଯିବ ଏହି ସବୁ ଲକ୍ଷଣ

ନୂଆଦିଲ୍ଲୀ ୦୮/୦୨: ସାରା ବିଶ୍ୱରେ କରୋନାର ଆକ୍ରାନ୍ତ ଜାରି ରହିଛି । ଆଲଫା, ଡେଲଟା ପରେ ଏବେ ଓମିକ୍ରନ୍ ଭାରିଆଣ୍ଟ ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭବିଷ୍ୟତରେ ଆହୁରି ମଧ୍ୟ ଭାରିଆଣ୍ଟ ଆସିପାରେ ବୋଲି ବିଶେଷଜ୍ଞମାନେ ଦାବି କରୁଛନ୍ତି । ଆହୁରି ୪ଟି ଭାରିଆଣ୍ଟ ଆସିପାରେ ବୋଲି ସେମାନେ ଅନୁମାନ କରୁଛନ୍ତି ।

ବିଶେଷଜ୍ଞଙ୍କ କହିବାନୁସାରେ, ଗତ ୨ ବର୍ଷରେ ୫ଟି ଭାରିଆଣ୍ଟ ସାମ୍ନାକୁ ଆସିଛି । ଓମିକ୍ରନ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ସାମ୍ନାକୁ ଆସିଥିଲା । ନେଚର ପଏଣ୍ଟର ରିପୋର୍ଟ ଅନୁସାରେ, ପ୍ରଥମେ ସିନାରିଓ ୧ ଭାରିଆଣ୍ଟ ଆସିପାରେ । ଏଥିରେ ମିଳିମିଳା ଭଳି ଲକ୍ଷଣ ଦେଖା ଦେଇପାରେ । ଛୋଟ ପିଲାଙ୍କୁ ଏହା ହୋଇପାରେ ।

ସେହିପରି ସିନାରିଓ ୨ ଭାରିଆଣ୍ଟ ଛୋଟ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ । ନବଜାତକମାନେ ହସ୍ପିଟାଲରେ ଭର୍ତ୍ତି ହୋଇପାରନ୍ତି । କିନ୍ତୁ ବେଶୀ କିଛି କ୍ଷତି ହେବ ନାହିଁ । ତୃତୀୟରେ ଆସିବ ସିନାରିଓ ୩ ଭାରିଆଣ୍ଟ । ଯେଉଁଥିରେ ଏନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଦେବ । ଏହା ଯୁବପୀଢିଙ୍କୁ ଆକ୍ରାନ୍ତ କରିବ ବୋଲି ଅନୁମାନ କରାଯାଉଛି ।

ସେହିପରି ସିନାରିଓ ୪ ଭାରିଆଣ୍ଟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିପାରେ । ଏଥିରେ ଏନଫ୍ଲୁଏଞ୍ଜା ୨ ଭଳି ଲକ୍ଷଣ ଦେଖାଦେବ । କମ୍ ରୋଗ ପ୍ରତିରୋଧକ ଶକ୍ତି ଥିବା ଶିଶୁଙ୍କୁ ଏହା ଅଧିକ ମାତ୍ରାରେ ସଂକ୍ରମିତ କରିବ ।

କଣ କହୁଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବାନୁସାରେ, ନୂଆ ଭାରିଆଣ୍ଟ ଅଧିକ ସଂକ୍ରାମକ ହେବ । ତେବେ ଏଥିରେ ଆକ୍ରାନ୍ତ ଅଧିକ ଗୁରୁତର ହେବେ ନା ନାହିଁ ତାହା ଜଣା ପଡିନାହିଁ । ନୂଆ ଭାରିଆଣ୍ଟ ଓମିକ୍ରନ୍ ଅପେକ୍ଷା ସାଙ୍ଘାତିକ ହେବ ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ